%%%%%%%% https://or.wikipedia.org/s/3tb ( and sources recursed through the links ) %%%%%%%% anpandey@iitk.ac.in 150807 ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡୋଶୀ ଦେଶ ମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ଥାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ । ପ୍ରସିଦ୍ଧ ସିନ୍ଧୁ ସଭ୍ୟତାର ଉତ୍ଥାନ ପ୍ରାଚୀନ ଭାରତରୁ ହୋଇଥିଲା । ପ୍ରାଚୀନ ଭାରତ ବହୁ ବୈଦେଶିକ ବ୍ୟବସାୟୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ନିଜର ବ୍ୟବସାୟ ଓ ସଂସ୍କୃତି ପାଇଁ ଭାରତୀୟ ଉପମହାଦେଶ ସାରା ବିଶ୍ୱରେ ଜଣାଶୁଣା ଥିଲା । [୧୨] ବିଶ୍ୱର ପ୍ରମୁଖ ଧର୍ମ (ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ୍) ର ଉତ୍ପତ୍ତି ଭାରତରୁ ହୋଇଥିଲା । ଷଷ୍ଠ ଖ୍ରୀ.ପୂ. ରେ ଜୀଉ ମାନେ ଭାରତକୁ ଆଗମନ କଲେ । ପ୍ରଥମ ଶତାବ୍ଦୀରେ ପାର୍ସୀ, ଖ୍ରୀଷ୍ଟିଆନ ଓ ମୁସଲମାନ ମାନଙ୍କ ଆଗମନ ପରେ ପ୍ରଚୀନ ଭାରତର ରୂପରେଖରେ ଉନ୍ନତି ଘଟିଥିଲା । ୧୮ଶ ଶତାବ୍ଦୀରେ ଇଂରେଜମାନଙ୍କ ରାଜୁତିର ପ୍ରାରମ୍ଭ ହୋଇ ଭାରତ ପରାଧୀନତାର ଶିକାର ହୋଇଥିଲା । ଭାରତର ବହୁ ବରପୁତ୍ରଙ୍କ ସଂଗ୍ରାମ ପରେ ୧୯ଶ ଶତାବ୍ଦୀର ମଧ୍ୟ ଭାଗରେ (୧୯୪୭ ରେ) ଭାରତ ସ୍ୱାଧୀନତା ଫେରି ପାଇଥିଲା । ଓଡ଼ିଆରେ ଭାରତ ମାନଚିତ୍ର ପ୍ରାଚୀନ ସିନ୍ଧୁ ଉପତ୍ୟକାର ସଭ୍ୟତା, ଇତିହାସ ପ୍ରସିଦ୍ଧ ସମ୍ରାଟ ଓ ରାଜାମାନଙ୍କର ବିଚରଣ ଭୂମି, ଧନଧାନ୍ୟରେ ସମୃଦ୍ଧି, ବାଣିଜ୍ୟ ଓ ସଂସ୍କୃତିର କେନ୍ଦ୍ରରୂପେ ଭାରତ ସାରା ବିଶ୍ୱରେ ସୁପରିଚିତ । ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ଧର୍ମ ପରି ବିଶ୍ୱର ଚାରିଟି ପ୍ରଧାନ ଧର୍ମର ଉତ୍ପତ୍ତିସ୍ଥଳ ହେଉଛି ଏହି ଦେଶ । ଏହାଛଡ଼ା ଜୁଦା, ଜୋରାଷ୍ଟ୍ରୀୟ, ଖ୍ରୀଷ୍ଟ ତଥା ଇସଲାମ ଆଦି ଅନ୍ୟ ଧର୍ମର ଅନେକ ଧର୍ମାବଲମ୍ବୀ ମାନଙ୍କୁ ଦେଖିଲେ ଭାରତୀୟ ସଂସ୍କୃତିର ବ୍ୟାପକତା ଆକଳନ କରିହୁଏ । ମୋଟ ଜାତୀୟ ଉତ୍ପାଦ ହିସାବରେ ଭାରତ ପୃଥିବୀର ଏକାଦଶ ବୃହତ ଅର୍ଥନୀତି ଓ କ୍ରୟ-ଶକ୍ତି-ସମତା ହିସାବରେ ଭାରତ ପୃଥିବୀର ତୃତୀୟ ବୃହତ ଅର୍ଥନୀତି । ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ ହେଲେ ମଧ୍ୟ ଦାରିଦ୍ର୍ୟ, ନିରକ୍ଷରତା, ଭ୍ରଷ୍ଟାଚାର ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇ ପାରିନାହିଁ । \ପ୍ରତିରକ୍ଷା ଦୃଷ୍ଟିରୁ ଦେଖିଲେ ଭାରତ ପୃଥିବୀର ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମାନଙ୍କ ଭିତରେ ଗୋଟିଏ । ଏହାର ସ୍ଥଳସେନା ପୃଥିବୀରେ ତୃତୀୟ ବୃହତ୍ତମ ଓ ପ୍ରତିରକ୍ଷାରେ ଭାରତ କରୁଥିବା ଖର୍ଚ୍ଚରେ ପୃଥିବୀର ଅନ୍ୟାନ୍ୟ ଦେଶ ମାନଙ୍କ ଭିତରେ ଭାରତର ସ୍ଥାନ ନବମ । ରାଜନୈତିକ ଦୃଷ୍ଟିରୁ ଭାରତ ଏକ ସାର୍ବଭୌମ, ସାଂସଦୀୟ ଗଣତାନ୍ତ୍ରିକ, ପନ୍ଥନିରପେକ୍ଷ[୧୩] ରାଷ୍ଟ୍ର ଅଟେ । ୨୯ ଗୋଟି ପ୍ରଦେଶ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ଗଠିତ ଏହି ଦେଶର ଭାଷା, ଚଳଣି, ପରମ୍ପରା, ଜଳବାୟୁ ଓ ଧର୍ମମତର ବିଭିନ୍ନତାକୁ ଲକ୍ଷ୍ୟ କରି ଅବିଭାଜିତ ଭାରତକୁ ଉପମହାଦେଶର ଆଖ୍ୟା ଦିଆଯାଏ । ଏହି ଦେଶରେ ବିବିଧ ପ୍ରକାରର ପଶୁପକ୍ଷୀ ଓ ସଂରକ୍ଷିତ ଜୀବଜନ୍ତୁ ଦେଖିବାକୁ ମିଳିଥାନ୍ତି । ହିମାବୃତ ଉତ୍ତୁଙ୍ଗ ପର୍ବତମାଳା,ବିସ୍ତୀର୍ଣ୍ଣ ଉର୍ବର ସମତଳ ଭୂମି, ଉଚ୍ଚ ମାଳଭୂମି, ଦିଗନ୍ତବିସ୍ତାରୀ ଶୁଷ୍କ ମରୁଭୂମି, ନିବିଡ଼ ବନରାଜି, ମନୋହର ହ୍ରଦ,ଗଭୀର ସାଗର ଓ ମହାସାଗର, ଉର୍ବର ଉପକୂଳ, ସୁବିସ୍ତୃତ ନଦୀ ଅବବାହିକା ଆଦି ପ୍ରାକୃତିକ ପରିବେଶରେ ଭାରତବର୍ଷର ଭୂଗୋଳ ଗଠନ । ଏହି ପ୍ରାକୃତିକ ଆବେଷ୍ଟନୀ ଭାରତର ଜଳବାୟୁ ଓ ମୃତ୍ତିକା ଗଠନକୁ ନିୟନ୍ତ୍ରଣ କରେ । ଏତଦବ୍ୟତିତ ଏହା ଭାରତକୁ ଏକ ଆପାତସ୍ଵତନ୍ତ୍ର ପରିବେଷ୍ଟନୀ ମଧ୍ୟରେ ଭୌଗଳିକ ଏକତ୍ଵ ଦେବା ସଙ୍ଗେ ସଙ୍ଗେ ବହିର୍ଜଗତରୁ ଅନେକାଂଶରେ ବିଚ୍ଛିନ୍ନ କରିଛି । ପୁରାଣରୁ ଜଣାଯାଏ , ପ୍ରାଚୀନ କାଳରେ ପୃଥିବୀ ସାତୋଟି ଦ୍ଵୀପରେ ବିଭକ୍ତ ଥିଲା । ତନ୍ମଧ୍ୟରୁ ଜମ୍ବୁ ଦ୍ଵୀପ ଅନ୍ୟତମ । ଜମ୍ବୁ ଦ୍ଵୀପ ନଅଟି ଦେଶରେ ବିଭକ୍ତ । ଭାରତ ଏହି ନଅଟି ଦେଶ ଅନ୍ତର୍ଗତ ବୋଲି କେତେକ ଐତିହାସିକ ମତ ବ୍ୟକ୍ତ କରନ୍ତି । ମହାଭାରତ ଓ ପୌରାଣିକ ଯୁଗରେ ଚନ୍ଦ୍ରବଂଶର ରାଜା ଦୁଷ୍ମନ୍ତଙ୍କ ପୁତ୍ର ଭରତ ଆମ ଦେଶର ସର୍ବ ପ୍ରଥମ ଚତ୍ରବର୍ତ୍ତୀ ବା ସମ୍ରାଟ ଥିଲେ । ତାଙ୍କରି ନାମାନୁଯାୟୀ ଆମ ଦେଶ ଭାରତ ବର୍ଷ ନାମରେ ଅଭିହିତ । [୧୪] ବୈଦିକ ଯୁଗରେ ଏହାକୁ ଆର୍ଯ୍ୟାବର୍ତ୍ତ, ଜମ୍ବୁଦ୍ଵୀପ ଓ ଅଜନାଭ ଦେଶ ବୋଲି ମଧ୍ୟ କୁହାଯାଇଛି। ମାନବ ସଭ୍ୟତାର ପ୍ରଥମ ଦେଶ ହୋଇଥିବାରୁ ଏହାକୁ ସନାତନ ରାଷ୍ଟ୍ର କୁହାଯାଏ । ଶ୍ରୀମଦ ଭାଗବତର ପଞ୍ଚମ ସ୍କନ୍ଧରେ ଏହାର ସ୍ଥାପନା ସମ୍ବନ୍ଧରେ ଉଲ୍ଲେଖ ରହିଛି। ଭାରତୀୟ ଦର୍ଶନ ଅନୁସାରେ ସୃଷ୍ଟି ରଚନା ପରେ ବ୍ରହ୍ମା ଜଗତର ଭାର ତାଙ୍କ ପୁତ୍ର ସ୍ୱୟଂଭୁବ ମନୁଙ୍କୁ ଅର୍ପଣ କଲେ। ତାଙ୍କର ଦୁଇପୁତ୍ର ଥିଲେ ପ୍ରିୟବ୍ରତ ଓ ଉତ୍ତାନପାଦ। ପ୍ରିୟବ୍ରତଙ୍କର ଦଶପୁତ୍ର ଥିଲେ । ଏମାନଙ୍କ ଭିତରୁ ତିନିଜଣ ସଂସାର ପ୍ରତି ବୈରାଗ୍ୟ ଭାବ ରଖିଥିବାରୁ ବିଶ୍ୱକୁ ସାତ ଖଣ୍ଡରେ ବିଭାଜିତ କରି ପ୍ରିୟବ୍ରତ ପୁତ୍ରମାନଙ୍କୁ ଅର୍ପଣ କରିଥିଲେ। ଏମାନଙ୍କ ଭିତରୁ ଜମ୍ବୁଦ୍ୱୀପର ରାଜାଥିଲେ ଅଗ୍ନୀଧ୍ର, ଯିଏ ଜମ୍ବୁଦ୍ୱୀପର ଭିନ୍ନ ଭିନ୍ନ ନଅ ଭାଗର ଦାୟିତ୍ୱ ନିଜର ନଅ ପୁତ୍ରଙ୍କୁ ସମର୍ପି ଥିଲେ। ସେମାନଙ୍କ ଭିତରୁ ହିମବର୍ଷର ଶାସକ ଥିଲେ ନାଭି। ସେ ନିଜ ନାମ (ନାଭି ବା ଅଜନାଭ) ସହିତ ରାଜ୍ୟର ନାମକୁ ଯୋଡ଼ି ଅଜନାଭବର୍ଷ ନାମରେ ପ୍ରଚାର କଲେ। ରାଜା ନାଭିଙ୍କ ଶତପୁତ୍ରଙ୍କ ଭିତରେ ଜ୍ୟେଷ୍ଠ ଓ ଉତ୍ତମ ଥିଲେ ଋଷଭଦେବ। ତାଙ୍କର ପୁତ୍ର ଭରତ ଲୋକପ୍ରିୟ ଓ ପ୍ରଜାପାଳକ ରାଜାଥିଲେ। ତାଙ୍କ ନାମ ଅନୁସାରେ ଏହି ଅଜନାଭ ବର୍ଷହିଁ ପରବର୍ତ୍ତୀକାଳରେ ଭାରତ ନାମରେ ପରିଚିତ ହେଲା। ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ଭାରତକୁ ସାଧାରଣତଃ ଏକ ଉପମହାଦେଶ ବୋଲି କୁହାଯାଏ । ପୃଥିବୀର ବୃହତ୍ତମ ମହାଦେଶ ଏସିଆର ଦକ୍ଷିଣାଂଶର କେନ୍ଦ୍ରସ୍ଥଳୀରେ ଭାରତବର୍ଷ ଅବସ୍ଥିତ । ଭାରତର ଉତ୍ତରରେ ସୁଦୀର୍ଘ ହିମାଳୟ ପର୍ବତଶ୍ରେଣୀ ଦୁର୍ଭେଦ୍ୟ ପ୍ରଚୀର ସଦୃଶ ଦଣ୍ଡାୟମାନ । ତାହା ଭାରତବର୍ଷକୁ ଏସିଆ ମହାଦେଶର ଅନ୍ୟ ଅନ୍ୟ ଅଞ୍ଚଳ ମାନଙ୍କରୁ ପ୍ରାୟ ବିଚ୍ଛିନ୍ନ କରି ରଖିଛି । ଉତ୍ତର-ପଶ୍ଚିମରେ ସୁଲେମାନ ଓ ହିନ୍ଦୁକୁସ ପର୍ବତମାଳା ଅବସ୍ଥିତ । ଏହା ଭରତ ଉପଦେଶକୁ ଋଷିଆ,ଆଫଗାନିସ୍ଥାନ ଓ ଇରାନ ଠାରୁ ପୃଥକ୍ କରିଅଛି । ଇତିହାସ ସହିତ ଭୂଗୋଳ ଅଙ୍ଗାଙ୍ଗୀ ଭାବେ ଜଡିତ । ଭୌଗଳିକ ଅବସ୍ଥିତି ଓ ପ୍ରାକୃତିକ ଗଠନ ଭାରତର ଇତିହାସର ଗତି ନିର୍ଦ୍ଧାରଣ କରିଅଛି । ହିମାଳୟ ପର୍ବତ ଏକ ପ୍ରାଚୀର ସଦୃଶ । ଏହାର ଦୁର୍ଗମ ଗିରିପଥ ଅତିକ୍ରମ କରିବା କଷ୍ଟସାଧ୍ୟ । ଗିରିପଥ ଗୁଡିକ ବର୍ଷର ଅଧିକାଂଶ ସମୟ ତୁଷାରାଚ୍ଛନ୍ନ ରହେ । ତେଣୁ ହିମାଳୟ ପର୍ବତ ଅତିକ୍ରମ କରି ଅତୀତରେ ବୈଦେଶିକ ଶତ୍ରୁମାନେ ଭାରତ ଆକ୍ରମଣ କରିବା ଦୁଃସାଧ୍ୟ ଥିଲା । ଭାରତର ସୈନ୍ଧବ-ଗାଙ୍ଗେୟ ସମତଳ ଭୂମି ସିନ୍ଧୁ,ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସେମାନଙ୍କର ଉପନଦୀଗୁଡିକର ଅବବାହିକା ଦ୍ଵାରା ଗଠିତ । ଏହି ଅଞ୍ଚଳର ଜଳବାୟୁ ସ୍ଵାସ୍ଥ୍ୟକର ଏବ, ମୃତ୍ତିକା ଉର୍ବର ଓ କୃଷୀ ଉପଯୋଗୀ । ତେଣୁ ଏଠାରେ ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟ ସଭ୍ୟତାର ଅଭ୍ୟୁଦୟ ହୋଇଥିଲା । ପରବର୍ତ୍ତୀ କାଳରେ ଏହି ଅଞ୍ଚଳରେ ନନ୍ଦ,ମୌର୍ଯ୍ୟ, କୁଶାଣ ଗୁପ୍ତ, ଆଫଗାନ୍ ଓ ମୋଗଲ୍ ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା । ଉତ୍ତର-ପଶ୍ଚିମରେ ଖାଇବର ଓ ବୋଲାନ୍ ଗିରିପଥ ଅତିକ୍ରମକରି ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟମାନେ ଭାରତରେ ପ୍ରବେଶ କରିଥିଲେ । ବଙ୍ଗୋପସାଗର ,ଆରବ ସାଗର ଏବଂ ଭାରତ ମହାସାଗରରେ ନୈଯାତ୍ରା କରି ଭାରତୀୟ ମାନେ ଚୀନ, ଜାପାନ ସମେତ ଦକ୍ଷିଣ-ପୂର୍ବ ଏସିଆ ଏବଂ ପଶ୍ଚିମ ଏସିଆ ଅନ୍ତର୍ଗତ ବିଭିନ୍ନ ଦେଶ ଏବଂ ଉଇରୋପର ବିଭିନ୍ନ ଅଞ୍ଚଳ ସହିତ ବାଣିଜ୍ୟ ବେବସାୟ କରିବାକୁ ସମର୍ଥ ହୋଇଥିଲେ । ବିଶେଷତଃ କଳିଙ୍ଗର ଅଧିବାସୀ ମାନେ ଜାଭା,ସୁମାତ୍ରା, ବାଲି, ବୋର୍ଣ୍ଣିଓ ଆଦି ପୂର୍ବ ଭାରତୀୟ ଦୀପପୁଞ୍ଜ ଓ ମାଳୟ ଉପଦ୍ଵୀପରେ ବାଣିଜ୍ୟକେନ୍ଦ୍ର ଓ ବସତିସ୍ଥାପନ କରିଥିଲେ । ସେମାନଙ୍କ ଦ୍ଵାରା ହିନ୍ଦୁ, ବୌଦ୍ଧ ଧର୍ମ ଆଦି ଧର୍ମ ସଂସ୍କୃତି ସେହି ଦେଶ ଗୁଡିକରେ ପ୍ରସାର ଲାଭ କରିଥିଲା । ସେହିପରି ଭାରତର ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ୧୪୯୮ ଖ୍ରୀଷ୍ଟାବ୍ଦରୁ ୧୬୯୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ପର୍ତ୍ତୁଗୀଜ, ଓଲନ୍ଦାଜ, ଇଂରେଜ ଓ ଫରାସୀ ପ୍ରଭୃତି ଇଉରୋପୀୟମାନେ ବାଣିଜ୍ୟକୋଠି ତଥା ଉପନିବେଶମାନ ସ୍ଥାପନ କରିଥିଲେ । ଭାରତ ବିଶ୍ଵର ସର୍ବବୃହତ୍ତ ଗଣତାନ୍ତ୍ରୀକ ରାଷ୍ଟ୍ର ଅଟେ । ଏକ ସଂସଦୀୟ ଲୋକତନ୍ତ୍ର ହିସାବରେ, ଏହା ୬ ଗୋଟି ସ୍ଵୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳକୁ ନେଇ ଗଠିତ । ତନ୍ମଧ୍ୟରେ ଭାରତୀୟ ଜନତା ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ ଭଳି ପ୍ରମୁଖ ଦଳଗୁଡିକ ସହ ୪୦ଟି ପ୍ରାଦେଶିକ ଦଳ ମଧ୍ୟ ଅନ୍ତର୍ଭୁକ୍ତ । ଭାରତକୁ ୧୯୫୦ ମସିହାରେ ଏକ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିବା ପରଠାରୁ ନେଇ ୧୯୮୦ ମସିହା ପର୍ଯ୍ୟନ୍ତ, ଭାରତୀୟ ଜାତୀୟ କଂଗ୍ରେସ ଦଳ ସଂସଦରେ ଏକମାତ୍ର ଦଳ ହିସାବରେ ପୂର୍ଣ୍ଣବହୁମତ ହାସିଲ କରି ଆସୁଥିଲା । ପରବର୍ତ୍ତୀ ଅନେକାଂଶ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି ବହୁ ପ୍ରାଦେଶିକ ଦଳ ମାନଙ୍କ ସହ ମିଶି ଗଠବନ୍ଧନ ଜରିଆରେ ବହୁମତ ହାସିଲ କରିଥିଲା । ୨୦୦୯ ମସିହା ସାଧାରଣ ଲୋକସଭା ନିର୍ବାଚନ ପରଠାରୁ ବର୍ତ୍ତମାନ କେନ୍ଦ୍ରରେ କଂଗ୍ରେସ ଦଳ ଶାସନ କ୍ଷମତାରେ ରହିଅଛି । ସରକାର[ସମ୍ପାଦନା] ଭାରତ ହେଉଛି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶ । ଦେଶର ସମ୍ବିଧାନ ଭାରତରେ ସଂଘୀୟ ଶାସନ ପରିଚାଳିତ। ସଂଘର ସର୍ବୋଚ୍ଚ ପ୍ରଧାନ ରାଷ୍ଟ୍ରପତି ଅଟନ୍ତି । ତାଙ୍କର ସହାୟତା ପାଇଁ ଉପରାଷ୍ଟ୍ରପତି ରହିଥାନ୍ତି । ଭାରତୀୟ ପ୍ରଶାସନ ବ୍ୟବସ୍ଥାର ତିନିଟି ମୁଖ୍ୟ ଅଙ୍ଗ ରହିଛି : ୧. ବିଧାୟିକା (Legislature) ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ଜନତାଙ୍କ ହାତରେ ହିଁ ସବୁ ଶକ୍ତି ରହିଥାଏ। ସେମାନେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ମାଧ୍ୟମରେ ସେମାନଙ୍କର ପ୍ରତିନିଧି ବାଛି ଥାନ୍ତି । ୧୮ ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ନାଗରିକ ଦେଶର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ଭିତରୁ (କେନ୍ଦ୍ର ସ୍ତରରେ) ସାଂସଦ (Member of Parliament) ଓ (ରାଜ୍ୟ ସ୍ତରରେ) ବିଧାୟକ (Member of Legislative Assembly) ମାନଙ୍କର ନିର୍ବାଚନ କରିଥାନ୍ତି। ଏହି ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ରୂପେ ଚଲାଇବା ପାଇଁ ନିର୍ବାଚନ ଆୟୋଗ ସ୍ଥାପନା କରା ଯାଇଛି। ଭାରତର ସରକାର ଦେଶ ଓ ଜନତାର ହିତରେ କାମ କରିଥାଏ। ସରକାରୀ ତନ୍ତ୍ରର ଢାଞ୍ଚା ଭାରତରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏକା ପ୍ରକାର ହୋଇଥାଏ । କେନ୍ଦ୍ରର ସଂସଦ ଦୁଇ ଭାଗରେ ବିଭକ୍ତ – ଲୋକ ସଭା ଓ ରାଜ୍ୟ ସଭା। ଲୋକ ସଭାର ସଞ୍ଚାଳନ ଅଧ୍ୟକ୍ଷ ଓ ରାଜ୍ୟ ସଭାର ସଞ୍ଚାଳନ ଉପ ରାଷ୍ଟ୍ରପତି କରିଥାନ୍ତି। ସେହିପରି କେତକ ରାଜ୍ୟର ବିଧାୟିକା ମଧ୍ୟ ଦୁଇ ଭାଗରେ ବିଭକ୍ତ – ବିଧାନ ସଭା ଓ ବିଧାନ ପରିଷଦ । ୨. କାର୍ଯ୍ୟପାଳିକା ଭାରତର ପ୍ରଶାସନିକ ପ୍ରଧାନ ହେଉଛନ୍ତି ରାଷ୍ଟ୍ରପତି । ଦେଶର ସମସ୍ତ ପ୍ରଶାସନିକ କାମ ରାଷ୍ଟ୍ରପତିଙ୍କ ନାମରେ ଚାଲିଥାଏ । ରାଷ୍ଟ୍ରପତି ବହୁମତ ପ୍ରାପ୍ତ କରିଥିବା ରାଜନୈତିକ ଦଳର ନେତାମାନଙ୍କୁ ସରକାର ଗଠନ କରିବାପାଇଁ ଆମନ୍ତ୍ରଣ ଦେଇଥାନ୍ତି । ଯେତେବେଳେ ଗୋଟିଏ ଦଳକୁ ବହୁମତ ମିଳି ନ ଥାଏ, ସେତେବେଳେ କେତେଗୋଟି ଦଳ ପରସ୍ପର ସହିତ ମିଶି ସରକାର ଗଠନ କରିଥାନ୍ତି । ଏମାନଙ୍କର ନେତାଙ୍କୁ ସେ ପ୍ରଧାନ ମନ୍ତ୍ରୀ ରୂପେ ନିଯୁକ୍ତ କରିଥାନ୍ତି । ପ୍ରଧାନ ମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମଣ୍ଡଳ ଗଠନ କରିଥାନ୍ତି । ମନ୍ତ୍ରୀମଣ୍ଡଳରେ ଦୁଇ ସ୍ତରର ମନ୍ତ୍ରୀ ରହିଥାନ୍ତି : କେନ୍ଦ୍ର ସ୍ତରର ମନ୍ତ୍ରୀ ରାଜ୍ୟ ସ୍ତରର ମନ୍ତ୍ରୀ ୩. ନ୍ୟାୟପାଳିକା ଭାରତୀୟ ସମ୍ବିଧାନ ନ୍ୟାୟ ପାଳିକାକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ଏବଂ ନିଷ୍ପକ୍ଷତା ପ୍ରଦାନ କରିଛି । କେନ୍ଦ୍ର ସ୍ତରରେ ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟ ସ୍ତରରେ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ରହିଛି । ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାର ପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି । ସରକାରୀ କାର୍ଯ୍ୟର ଆବଣ୍ଟନ : ସରକାରୀ ତନ୍ତ୍ରକୁ ଠିକ୍ ଭାବେ ଚଳାଇବାପାଇଁ ସମସ୍ତ କାମକୁ ବିଭିନ୍ନ ଭାଗରେ ବଣ୍ଟା ଯାଇଥାଏ । ଏଥିପାଇଁ ଅନେକ ମନ୍ତ୍ରଣାଳୟ ଗଠିତ ହୋଇଛି । ମନ୍ତ୍ରଣାଳୟର ପ୍ରଧାନ ଜଣେ କେନ୍ଦ୍ର ସ୍ତରୀୟ ମନ୍ତ୍ରୀ ହୋଇଥାନ୍ତି । କେବେ କେବେ ଏକାଧିକ କେନ୍ଦ୍ର ସ୍ତରୀୟ ମନ୍ତ୍ରୀ ଗୋଟିଏ ମନ୍ତ୍ରଣାଳୟର ପ୍ରମୁଖ ହୋଇଥାନ୍ତି । ଏହା ନିମ୍ନ ସାରଣୀରୁ ସ୍ପଷ୍ଟ ଜଣାପଡ଼େ। ଗୋଟିଏ ଅନୁଭାଗରେ ସହାୟକ, ଲିପିକ, ଟାଇପିଷ୍ଟ ଆଦି କର୍ମଚାରୀ ରହିଥାନ୍ତି । ସିଧା ମନ୍ତ୍ରାଳୟର ନିୟନ୍ତ୍ରଣରେ ମଧ୍ୟ କେତେକ ଶାଖା କାମ କରିଥାନ୍ତି, ଏଗୁଡ଼ିକୁ କକ୍ଷ ବା ପ୍ରକୋଷ୍ଠ (Cell) କୁହାଯାଇଥାଏ। ସରକାରଙ୍କର ନୀତିକୁ କାର୍ଯ୍ୟକାରୀ କରିବାପାଇଁ ମନ୍ତ୍ରାଳୟ ଅଧିନରେ ଦୁଇପ୍ରକାରର କାର୍ଯ୍ୟାଳୟ ରହିଥାଏ – ସଂଲଗ୍ନ (Attached) ଓ ଅଧିନସ୍ଥ (Subordinate)। ଏମାନେ ପ୍ରଶାସନିକ ରୂପରେ ମନ୍ତ୍ରାଳୟ ଅଧିନରେ କାମ କରିଥାନ୍ତି । ଏହାର ଅଧ୍ୟକ୍ଷ ନିର୍ଦ୍ଦେଶକ (Director) ହୋଇଥାନ୍ତି । ସମ୍ବନ୍ଧିତ କାର୍ଯ୍ୟାଳୟ ଟେକନିକାଲ ସୂଚନା ସଂଗ୍ରହର କେନ୍ଦ୍ର ହୋଇଥାନ୍ତି ଓ ଟେକ୍ନିକାଲ ଦିଗରେ ମନ୍ତ୍ରାଳୟକୁ ପରାମର୍ଶ ମଧ୍ୟ ଦେଇଥାନ୍ତି ତଥା ଅଧିନସ୍ଥ କାର୍ଯ୍ୟାଳୟ ମନ୍ତ୍ରାଳୟର ନିଷ୍ପତ୍ତିକୁ କାମରେ ଲଗାଇଥାନ୍ତି । ଭାରତ ରେ ବହୁ ସ୍ଥାନୀୟ ଖେଳ ରହିଛି ଯାହା ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇରହିଛି ଯଥା: କବାଡି, ଖୋ-ଖୋ, କୁସ୍ତି ଓ ଗିଲି-ଦଣ୍ଡା. ଆଉ କେତେକ ଯୁଦ୍ଧ କୌଶଳ କୁ ମଧ୍ୟ ଖେଳ ଭାବରେ ଖେଳାଯାଉଥିଲା ଯେପରିକିକଳରିପୟୁଟୁ, ମୁଷ୍ଟି ଯୁଦ୍ଦ, ସିଲାମ୍ବ୍ମମ ଓ ମର୍ଦମି, । ରାଜୀବ ଗାନ୍ଧୀ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଭାରତ ରେ ଖେଳ ନିମନ୍ତେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର। ଦ୍ରୋଣାଚାର୍ୟ ପୁରସ୍କାର ଶ୍ରେଷ୍ଠ କୋଚ ଙ୍କୁ ଦିଆଯାଇଥାଏ । ଚେସ, ଭାରତ ରେ ଖୁବ ଲୋକପ୍ରିୟ ଏହାକୁ ଚତୁରାଙ୍ଗ ମଧ୍ୟ କୁହାଯାଏ, ଚେସ ରେ ଭାରତ ରୁ ବହୁ ଗ୍ରାଣ୍ଡମାଷ୍ଟର ଥିବାରୁ ଏହା ବହୁ ଲୋକପ୍ରିୟ ହୋଇପାରିଛି। ଅନ୍ୟ ଖେଳ ମଧ୍ୟରୁ ଭାରତ ବ୍ୟାଡମିନ୍ଟନ, ଟେନିସ, ବନ୍ଧୁକ ଚାଳଣା ରେ ବହୁ ସଫଳତା ହାସଲ କରିଛି। କୁସ୍ତି ଓ ଫୁଟବଲ ଭାରତ ର ଗୋଆ, ତାମିଲନାଡୁ, କେରଳ, ଉତ୍ତର-ପୂର୍ବ ଭାରତ ରେ ଖୁବ ଲୋକପ୍ରିୟ । ଭାରତ ର ରାଷ୍ଟ୍ରୀୟ ଖେଳ ହେଉଛି ହକି । ଭାରତୀୟ ହକି ଦଳ ୧୯୭୫ ହକି ବିଶ୍ଵକପ ଓ ଅଲମ୍ପିକ କ୍ରୀଡାରେ ଆଜି ପର୍ଯ୍ଯନ୍ତ ଆଠ ଥର ସ୍ଵର୍ଣ୍ଣ, ଥରେ ରୌପ୍ୟ ଏବଂ ଦୁଇଥର ବ୍ରୋଞ୍ଜ ପଦକ ଜିତିସାରିଛି ।କ୍ରିକେଟ ଭାରତ ର ସବୁଠାରୁ ଲୋକପ୍ରିୟ ଖେଳ ଭାରତ ଏଥିରେ ୧୯୮୩ ଓ ୨୦୧୧ ରେ କ୍ରିକେଟ ବିଶ୍ଵକପ ଓ ୨୦୦୭ ରେ ୨୦-୨୦ ବିଶ୍ଵକପ ଜିତିଛି । ଓଡ଼ିଶା ଭାରତର ପୂର୍ବତଟରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା | ଓଡ଼ିଆ, ଓଡ଼ିଶାର ରାଜଭାଷା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁର ଠାରେ ଭାରତର ପ୍ରତିରକ୍ଷା ବିଭାଗ ଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି । ଓଡ଼ିଶା ଶବ୍ଦଟି ମୂଳ ଶବ୍ଦ ଓର/ଉର ବା ଓଡ୍ର, ଉଡ୍ର ଦେଶରୁ, ସୁମେରୀୟ, ଓଡ୍ର ବିଷୟ ଆଦି ପୁରାତନ ନାମରୁ ଆସିଅଛି । ଏହାର ପ୍ରମାଣ ଆକାରରେ ସବୁଠାରୁ ପୁରାତନ ଲେଖ 'ଉତ୍ତର ତୋଷାଳି' ଅନ୍ତର୍ଗତ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ସୋରଠାରୁ ମିଳିଥିବା ତମ୍ବାପଟାରେ ଓଡ୍ର ବିଷୟର ସୂଚନା ମିଳିଛି ।[୨] ପାଳି ଓ ସଂସ୍କୃତ ସାହିତ୍ୟରେ ଓଡ଼ିଆ ଲୋକଙ୍କୁ ଯଥାକ୍ରମେ 'ଓଡ଼କ' ଓ 'ଓଡ୍ର' ନାମରେ ନାମିତ କରାଯାଇଛି । ପୁରାତନ ଲେଖକ ଓ ଗବେଷକ ପ୍ଲିନି ଦି ଏଲ୍ଡର ଓ ଟଲେମି ଓଡ୍ର ଜଣଙ୍କୁ 'ଓରେଟସ' ବୋଲି ନାମିତ କରିଛନ୍ତି । ନାମ ବଦଳ[ସମ୍ପାଦନା] ଇଂରାଜୀ ଓ ହିନ୍ଦୀରେ "ଓଡ଼ିଶା" ଓ "ଓଡ଼ିଆ"କୁ Orissa ଓ Oriya ତଥା उड़ीसा ଓ उड़ीआ ଭାବେ ସମ୍ବିଧାନରେ ତଥା ସାଧାରଣରେ ବ୍ୟବହାର କରାଯାଉଥିଲା । ୨୦୦୮ ମସିହା ଜୁନ ୯ରେ ପ୍ରଥମେ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଓ ଓଡ଼ିଆକୁ ଇଂରାଜୀରେ Orissa ଓ Oriya ବଦଳରେ Odisha ଓ Odia ତଥା ହିନ୍ଦୀରେ उड़ीसा ଓ उड़ीआ ବଦଳରେ ओड़िशा ଓ ओड़ीआ ଲେଖିବା ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା । ୨୦୦୮ ଅଗଷ୍ଟରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଆସିଥିଲା ଓ ବହୁମତରେ ଏହାକୁ ଗ୍ରହଣ କରଯାଇଥିଲା । ପରେ ନୂଆ ଲୋକସଭା ଗଠନ ପରେ ଏହାକୁ ବିଧାନସଭାରେ ଆଉଥରେ ଆଗତ କରଯାଇଥିଲା । ଏହି ସଂଶୋଧିତ ପ୍ରସ୍ତାବକୁ ୨୦୧୦ ବଜେଟ ଅଧିବେଶନରେ ଲୋକସଭାରେ ଆଗତ କରଯାଇଥିଲା । ୨୦୧୦ ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନ (ଅକ୍ଟୋବର ୯, ୨୦୧୦) ରେ ସ୍ଵରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ ଏହାକୁ ଲୋକସଭାରରେ ଆଗତ କରିଥିଲେ । ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହା ୨୦୧୧ମସିହା ୪ ନଭେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା ।[୩][୪][୫][୬][୭][୮][୯] ସଂକ୍ଷେପରେ[ସମ୍ପାଦନା] ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼) ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା । କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ସିଂହଳ(ଶ୍ରୀଲଙ୍କା), ଜାଭା, ସୁମାତେରା, ବାଲି, ବ୍ରହ୍ମଦେଶ(ମିଆଁମାର), ସାମ(ଥାଇଲାଣ୍ଡ), କାମ୍ବୋଡ଼ିଆ, ଅନାମ(ଭିଏତନାମ), ଚୀନ, ଜବନ(ଜାପାନ), କୁକୁଟ(କୋରିଆ), ମକ୍କସିଖ(ମେକ୍ସିକୋ), ମିସର(ଇଜିପ୍ଟ), ସିମିଳି(ଆରବ), ବାବିଲନ(ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିହ୍ନ ଏବେ ବି ଦେଖିବାକୁ ମିଳେ । ସମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା । ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭାଗ ଅନ୍ତର୍ଭୁକ୍ତ । ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ୱ, କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର । ୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ ୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ । ଯାଜପୁର ରେ ରାଜଧାନୀ ସ୍ଥାପନ । ୧୦୭୮-୧୪୩୪ ଖ୍ରୀ. - ଗଙ୍ଗ ରାଜବଂଶ । ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ପ୍ରାରମ୍ଭ । ୧୦୭୮-୧୧୫୦ ଖ୍ରୀ. - ଚୋଳଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ । କଟକ ହେଲା ନୂଆ ରାଜଧାନୀ (୧୧୭୦ ଖ୍ରୀ. approx.) । ୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ । ୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କ ଦ୍ୱାରା ବାରବାଟି ଦୁର୍ଗ ନିର୍ମିତ । ୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ-ମନ୍ଦିର ନିର୍ମିତ । ୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ । ୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ । ୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ । ୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି 'କଳାପାହାଡ଼' ଦ୍ୱାରା ଓଡ଼ିଶା ଅଧିକୃତ । ୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର । ୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର । ୧୮୦୩ ଖ୍ରୀ. - ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର(ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ) । ୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ । ୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ । ୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଅପ୍ରେଲ ୧୩) । ୧୯୫୦ ଖ୍ରୀ. - ସ୍ୱାଧୀନ ଭାରତରେ ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ । ୭ ମ ଶତାବ୍ଦୀ[ସମ୍ପାଦନା] ୭ ମ ଶତାବ୍ଦୀ କାଳରେ ଓଡ଼ିଶାର ନିଜର ଶାସକ ମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ , ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମ୍ରାଟ ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା । ବୈଶ୍ୟ, ଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କ ଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନା, ରୂପା, ମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନ, ଶ୍ରୀଲଙ୍କା, ଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ । ଆଫଗାନ ଓ ମୋଗଲ ଶାସନ[ସମ୍ପାଦନା] ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲ ମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୯୧୭ ଖ୍ରୀ. ରେ ପାଇକ ମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜ ମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋର୍ଦ୍ଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ । ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା । ଇଂରେଜ ଶାସନ[ସମ୍ପାଦନା] ୧୮୦୩ ବେଳକୁ ଇଂରେଜ ମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜ ମାନେ ବନିକ ଥିଲେ, ତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ ରେ ଭୂରାଜସ୍ଵ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ଵଂସ ସାଧନ ଲକ୍ଷ୍ୟ ରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ି ଓ ଗୁଜୁରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ । [୧୦] ନଅଙ୍କ ଦୁର୍ଭିକ୍ଷ[ସମ୍ପାଦନା] ଓଡ଼ିଶାର ଅର୍ଥନୀତି, ସାମାଜିକ ବିଧିବ୍ଯବସ୍ଥା, ଧାର୍ମିକ ବିଶ୍ଵାସର ଅଧପତନ ଘଟାଇବାକୁ ଚେଷ୍ଟିତ ଇଂରେଜ କମ୍ପାନୀ ସରକାର ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ସୃଷ୍ଟି କରିଥିଲେ । ଯାହାଫଳରେ ଓଡ଼ିଶାର ଦୁଇତୃତୀୟାଂଶ ଲୋକ ଖାଇବାକୁ ନ ପାଇ ପୋକମାଛି ପରି ମରିଗଲେ କିମ୍ବା କଲିକତାରେ ବିକ୍ରି ହେଲେ । [୧୧] ଜିଲ୍ଲା[ସମ୍ପାଦନା] ମୂଳ ଲେଖା: ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି --- ଅନୁଗୋଳ, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ବରଗଡ଼, ବାଲେଶ୍ବର, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା , କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ନୟାଗଡ଼, ପୁରୀ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ । ପ୍ରତି ଜିଲ୍ଲାର ଶାସନମୁଖ୍ୟଙ୍କୁ ଜିଲ୍ଲାପାଳ କୁହାଯାଏ । ଜିଲ୍ଲାପାଳ, ଭାରତୀୟ ପ୍ରଶାସନିକ ସେବା ଅଥବା ଓଡ଼ିଶା ପ୍ରଶାସନିକ ସେବା ମାଧ୍ୟମରେ ନିଯୁକ୍ତି ପାଆନ୍ତି । ଶାସନକଳର ସୁବିଧା ପାଇଁ ପ୍ରତିଟି ଜିଲ୍ଲାକୁ କେତେଗୁଡିଏ ଉପଖଣ୍ଡ (ସବ-ଡିଭିଜନ)ରେ, ପୁଣି, ପ୍ରତ୍ୟେକ ଉପଖଣ୍ଡକୁ କେତେଗୁଡିଏ ବ୍ଲକରେ ଏବଂ ପ୍ରତ୍ୟେକ ବ୍ଲକକୁ କେତେଗୁଡ଼ିଏ ପଞ୍ଚାୟତରେ ବିଭକ୍ତ କରାଯାଇଛି । ଓଡ଼ିଶା ଭାରତରପୂର୍ବ ଉପକୂଳରେ ଅବସ୍ଥିତ (୧୫୫୭୦୭ ବର୍ଗ କି. ମି) ଅଟେ । ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଅଛି । ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର (Bhubaneswar) ଓଡ଼ିଶାର ରାଜଧାନୀ ଅଟେ। ଏଠାରେ ସହସ୍ରାଧିକ ମନ୍ଦିର ରହିଛି । ଓଡ଼ିଶାର ପୁରାତନ ରାଜଧାନୀ କଟକ, ଭୁବନେଶ୍ୱରରୁ ମାତ୍ର ୨୯ କି.ମି. ଦୂରରେ ଅବସ୍ଥିତ । ଏହି ଦୁଇ ସହରର କ୍ରମାଗତ ବିସ୍ତାର ଓ ଉତ୍ତମ ସଡ଼କ ଯୋଗାଯୋଗ କାରଣରୁ ଏହି ଦୁଇ ସହର ଦ୍ୱୈତ ନଗରୀ ନାମରେ ବିଖ୍ୟାତ । ପୁରୀ, ଯାହାକି ଏକ ବିଶ୍ୱବିଖ୍ୟାତ ହିନ୍ଦୁ ଧର୍ମପୀଠ, ଏଠାରୁ ପ୍ରାୟ ୬୦ କି.ମି. ଦୂରରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ । ହିନ୍ଦୁଙ୍କ ଚାରିଧାମ ମଧ୍ୟରୁ ଏହା ଅନ୍ୟତମ । ଏହା ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଲାଗି ବିଶ୍ୱବିଖ୍ୟାତ । ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୂଖ୍ୟତଃ ଧାନଚାଷ କରାଯାଏ । ଓଡ଼ିଶାର ପ୍ରାୟ ୩୪% ଭୂମି ଅରଣ୍ୟ ଆଚ୍ଛାଦିତ, କିନ୍ତୁ ବିଭିନ୍ନ କାରଣ ମାନଙ୍କ ହେତୁ ଏହା କ୍ରମାଗତ ଭାବେ ହ୍ରାସ ପା‍ଇ ଚାଲିଛି । ଓଡ଼ିଶାରେ ଅନେକ ଅଭୟାରଣ୍ୟମାନ ରହିଛି । ଏଥିମଧ୍ୟରୁ ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ପ୍ରସିଦ୍ଧ । ବ୍ୟାଘ୍ର ବ୍ୟତୀତ ଝରଣା ଓ ସବୁଜିମା ପୂର୍ଣ୍ଣ ଏହି ଜଙ୍ଗଲରେ ହସ୍ତୀ ଓ ଅନ୍ୟାନ୍ୟ ପଶୁପକ୍ଷୀ ବାସ କରନ୍ତି । ଭିତରକନିକା ଅଭୟାରଣ୍ୟ ୧୯୭୫ରୁ ଘଡ଼ିଆଳ କୁମ୍ଭୀର ମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛି । ଗହୀରମଥା, ଦେବୀ ନଦୀ ଏବଂ ଋଷିକୁଲ୍ୟା ନଦୀ ମୁହାଣକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡା ଦେବାପାଇଁ ଆସନ୍ତି । ମହାନଦୀର ଦକ୍ଷିଣ ମୁହାଣରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ହ୍ରଦ ଚିଲିକା ହେଉଛି ଏସିଆ ମହାଦେଶର ସର୍ବବୃହତ୍ ଲବଣାକ୍ତ ହ୍ରଦ । ଏହାକୁ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି । ଏଠାରେ ପ୍ରତିବର୍ଷ ପ୍ରାୟ ୧୬୦ ପ୍ରଜାତିର ସ୍ଥାନୀୟ ଓ ପ୍ରବାସୀ ପକ୍ଷୀଙ୍କ ସମାଗମ ହୋ‍ଇଥାଏ । ଚିଲିକାରେ ଏକ ନୌ-ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି । ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ହେଉଛି ଦେଓମାଳୀ (୧୬୭୨ ମି.) ଯାହାକି ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏବଂ ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳାର ଅନ୍ତର୍ଗତ । ଏହା ମଧ୍ୟ ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ । ଅବସ୍ଥିତି: ୧୮°୪୦'୩"ଉ ୮୨°୫୮'୫୯"ପୂ । ପର୍ଯ୍ୟଟନ[ସମ୍ପାଦନା] ନନ୍ଦନ କାନନ,ଚିଲିକା,ପୁରୀ,ଧଉଳୀ ଗିରି,ଖଣ୍ଡଗିରି,କୋଣାର୍କ,କାକଟପୁର,ଅସ୍ତରଙ୍ଗ,ରାମଚଣ୍ଡି,ନିମାପଡା,ବାରବାଟୀ,ଖଣ୍ଡାଧ ର,ଗୁପ୍ତେଶ୍ଵ୍ଵାର୍,ଘ ଟଗା,ଶିମିଳି ପାଳ,ଗହୀର ମଥା,ଭିତରକନିକା,କପିଳାସ,ରତନଗିରି,ମଣିକ,ଲିଙ୍ଗରାଜ,ଗୋପଲପୁର୍,ଦେଓମାଳି,ହରିସଙ୍କର୍,ସମେଲସ୍ଵର,ହିରାକୁଦ,ଫୁଲ ଝ୍ହରଣ,ନାରୟଣୀ,ଚାନ୍ଦ ଇ ପୁର,ଭଟାରିକା,ଥେରୁବାଲି, ବେଦବ୍ୟାସ,ସାତକୋସିଆ,ଟିକର୍ର ପଡା ,ସାରଲା,ସାତପଡା ,ଅଲ ରନାଥ , ତପ୍ତପାଣି ,ଚ ନ୍ଦକା,ଧବଳେଶ୍ଵର୍ର ,ଇତ୍ୟାଦି ଅନେକ ସୁନ୍ଦର ସ୍ଥାନକୁ ପ୍ର ତି ବର୍ଷ ହଜାର ହଜାର ପର୍ଯଟକ ଆସନ୍ତି . ଜନ ଗଣନା[ସମ୍ପାଦନା] ୨୦୧୧ ମସିହା ଭାରତର ଜନଗଣନା ଅନୁଯାଈ ଓଡ଼ିଶାର ସମୁଦାୟ ଜନସଂଖ୍ୟା ୪୧,୯୪୭,୩୫୮, ମଧ୍ୟରୁ ୨୧,୨୦୧,୬୭୮ (୫୦.୫୪%)ଜଣ ପୁରୁଷ ଓ ୨୦,୭୪୫,୬୮୦ (୪୯.୪୬) ଜଣ ମହିଳା, ଏବଂ ପ୍ରତି ୧୦୦୦ ପୁରୁଷରେ ୯୭୮ ଜଣ ମହିଳା ଅଛନ୍ତି । ୨୦୦୧ ମସିହା ଜନଗଣନା ତୁଳନା ବର୍ତମାନ ଜନସଂଖ୍ୟାରେ ୧୩.୯୭% ବୃଧି ହୋଇଛି । ସବୁଠାରୁ ଅଧିକ ଓଡ଼ିଆ ଭାଷା ଭାଷି ଲୋକ ଏଠାରେ ବାସ କରନ୍ତି ଓ ଓଡ଼ିଆ ଭାଷା ଏହି ରାଜ୍ୟର ମୁଖ୍ୟ ଭାଷା ରୁପେ ପରିଚିତ ଏବଂ ଏହି ରଜ୍ୟର ୭୩% ଲୋକମାନେ ଓଡ଼ିଆ ଭାଷାକୁ ନିଜର ମାତୃଭାଷା ରୁପେ ବ୍ୟବହାର କରନ୍ତି । ଏହି ରାଜ୍ୟର କେତେକ ଆଦିବାସୀ ଜନଜାତି ମଧ୍ୟରୁ ସାନ୍ତାଳ, ବଣ୍ଡା , ମୁଣ୍ଡା, ଓରାଣ ଓ ମହାଲି ପ୍ରମୁଖ । ୨୦୧୧ ମସିହା ଜନଗଣନା ଅନୁଯାୟୀ ଏହି ରଜ୍ୟର ସାକ୍ଷରତା ହାର ୭୩.୪୫% ଏବଂ ୮୨.୪% ପୁରୁଷ ଓ ୬୪.୩୬ ମହିଳା ସାକ୍ଷର ଅଟନ୍ତି ।[୧୨] କ୍ରିକେଟ ବ୍ୟାଟ ଏବଂ ବଲକୁ ନେଇ ଖେଳାଯାଉଥିବା ଏକ ଖେଳ ଅଟେ । ଏହା ଦୁଇ ଦଳ ଓ ପ୍ରତି ଦଳରେ ୧୧ ଜଣ ଖେଳାଳୀଙ୍କୁ ନେଇ ଖେଳାଯାଇଥାଏ । ଏଥିରେ ଗୋଟିଏ ଦଳ ପ୍ରଥମେ ବ୍ୟାଟିଂ କରି ଅଧିକରୁ ଅଧିକ ଦୌଡ(Run) ସ୍କୋର କରିବାକୁ ଚେଷ୍ଟା କରିବା ବେଳେ, ଦ୍ଵିତୀୟ ଦଳ ବୋଲିଂ ତଥା କ୍ଷେତ୍ରରକ୍ଷଣ (ଫିଲ୍ଡିଂ | Fielding) କରିଥାନ୍ତି । ବ୍ୟାଟିଂ କରୁଥିବା ଦଳର ସମସ୍ତ ଖେଳାଳୀ ଆଉଟ କିମ୍ବା ଏକ ନିର୍ଦ୍ଧାରିତ ଓଭରର ବୋଲିଂ ଶେଷ ହେବା ପରେ ଦ୍ଵିତୀୟ ଦଳ ବ୍ୟାଟିଂ କରି, ପ୍ରଥମ ଦଳ ସ୍କୋର କରିଥିବା ଦୌଡ (Run)କୁ ହାସିଲ କରିବାକୁ ଚେଷ୍ଟା କରିଥାନ୍ତି । ଖେଳର ପରିଣାମ ସର୍ବାଧିକ ଦୌଡ(Run) ଉପରେ ନିର୍ଭର କରିଥାଏ । ବର୍ତ୍ତମାନ ଭାରତ ର ସବୁଠାରୁ ଲୋକପ୍ରିୟ ଖେଳ ହେଲା କ୍ରିକେଟ । ବର୍ତ୍ତମାନ କ୍ରିକେଟ ତିନୋଟି ଫର୍ମ ରେ ଖେଳା ଯାଊଛି,ଯଥା ଟେଷ୍ଟକ୍ରିକେଟ,ୱାନ୍ ଡେ କ୍ରିକେଟ ଏବଂ ଟ୍ବେଣ୍ଟି କ୍ରିକେଟ। କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନ‌ଗର ଓ ଓଡ଼ିଶାର ସର୍ବପୁରାତନ ନ‌ଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ[୨][୩] ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନ‍ଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ । କଟକର ମୂଳ ଇତିହାସ କେଶରୀ ବଂଶ ସହ ଜଡ଼ିତ । କେଶରୀ ବଂଶର ରାଜା ନୃପ କେଶରୀଙ୍କ ଦ୍ୱାରା ୯୮୯ ଖ୍ରୀ.ଅ.ରେ ଏକ ସେନା ଛାଉଣି ଭାବରେ କଟକର ପ୍ରତିଷ୍ଠା ହୋ‍ଇଥିଲା । ପୁରୀ ଜଗନ୍ନାଥ ମନ୍ଦିରର ମାଦଳା ପାଞ୍ଜିରୁ ଏହାର ପ୍ରମାଣ ମିଳିଥାଏ । ସନ ୧୦୦୬ରେ ରାଜା ମର୍କତ କେଶରୀଙ୍କ ଶାସନ କାଳରେ ମହାନଦୀ ଉପରେ ପଥର ବନ୍ଧ ତିଆରି ହୋଇଥିଲା,[୪] ଆଉ ଲୋକଙ୍କୁ ବନ୍ୟା ଦାଉରୁ ବଞ୍ଚାଇବା ପାଇଁ ଏହି ପଥରବନ୍ଧ ତିଆରି ପଛରେ ଥିଲେ ସେକାଳର କୁଶଳୀ ବିନ୍ଧାଣି ବାଇଧର ମୁଣ୍ଡି (ଲୋକତୁଣ୍ଡରେ ବାଇମୁଣ୍ଡି ନାମରେ ଜଣାଶୁଣା) । କେଶରୀ ବଂଶ ପରେ କଟକ ୧୨୧୧ ଖ୍ରୀ.ଅ.ରେ ଗଙ୍ଗ ବଂଶଜ ଅନଙ୍ଗଭୀମଦେବଙ୍କ ସାମ୍ରାଜ୍ୟର ରାଜଧାନୀ ରୂପେ ରହିଥିଲା । ଗଙ୍ଗ ବଂଶ ପରେ କ୍ଷମତାରେ ଥିବା ସୂର୍ଯ୍ୟବଂଶଜ ଗଜପତି ରାଜା (୧୪୩୫-୧୫୪୧ ଖ୍ରୀ.ଅ.) ମାନେ ମଧ୍ୟ କଟକକୁ ନିଜ ରାଜଧାନୀର ମାନ୍ୟତା ଦେଇଥିଲେ । ଓଡ଼ିଶାର ଶେଷ ହିନ୍ଦୁ ରାଜା ମୁକୁନ୍ଦଦେବଙ୍କ ଅନ୍ତେ କଟକ ମୁସଲିମ ଓ ମୋଗଲ ମାନଙ୍କ ଅକ୍ତିଆରକୁ ‍ଆସିଥିଲା କଟକ । ଅଠର ଦଶକର ମଝି ଆଡକୁ, ପ୍ରାୟ ୧୭୫୦ ବେଳକୁ କଟକ ମରହଟା ମାନଙ୍କ ଅଧୀନକୁ ଆସିଲା । ନାଗପୁରର ମରହଟ୍ଟା ଏବଂ କୋଲକାତା (ତତ୍କାଳୀନ କଲିକତା)ର ଇଂରେଜ ବଣିକ ମାନଙ୍କ ସହ ଗମନାଗମନ ଓ ଯୋଗାଯୋଗ ଲାଗି ଉତ୍ତମ ସ୍ଥାନରେ କଟକ ଅବସ୍ଥିତ ହୋ‍ଇଥିବାରୁ ଏହି ସମୟରେ କଟକର ବାଣିଜ୍ୟିକ ପ୍ରତିପତ୍ତି ବୃଦ୍ଧି ପାଇଲା । ୧୮୦୩ରେ ଇଂରେଜ ମାନେ କଟକକୁ ଦଖଲ କଲେ ଏବଂ ୧୮୧୬ରେ ଏହାକୁ ଓଡ଼ିଶା ଡିଭିଜନ୍‍ର ରାଜଧାନୀ ଘୋଷିତ କରାଗଲା । ଯଦିଓ ସ୍ୱାଧୀନତା ପରବର୍ତ୍ତୀ କାଳରେ ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀରେ ପରିଣତ ହେଲା ତଥାପି ଶାସନତନ୍ତ୍ରରେ ଏଯାବତ୍ କଟକ ନିଜର ଏକ ସ୍ୱତନ୍ତ୍ର ପତିଆରା ବଜାୟ ରଖିଛି । କଟକ ଇତିହାସର ମୂକସାକ୍ଷୀ ରୂପେ ଓଡ଼ିଶା ବିଦିତ ପୁରାତନ ବାରବାଟି ଦୁର୍ଗ ଏଯାବତ୍ ସଗର୍ବେ ଦଣ୍ଡାୟମାନ । ଏହି ଦୁର୍ଗର ସମୀପରେ ଅତ୍ୟାଧୁନିକ ସୁବିଧାସୁଯୋଗ ଯୁକ୍ତ ବାରବାଟି ଷ୍ଟାଡିଅମ ରହିଛି । ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍‍ମାନ ଏହି ଷ୍ଟାଡିୟମରେ ଖେଳାଯାଇସାରିଛି । ନିକଟ ଅତୀତରେ ଦିବାରାତ୍ରି ଖେଳମାନଙ୍କ ଲାଗି ଏଠାରେ ଫ୍ଲଡ୍ ଲାଇଟ୍ ମଧ୍ୟ ଖଞ୍ଜା ଯାଇଛି । ଲୋକମୁଖରେ କଟକ ’ବାଉନ ବଜାର ତେପନ ଗଳି’ର ସହର ରୂପେ ମଧ୍ୟ ସୁବିଖ୍ୟାତ । ସହରଠାରୁ ୧୪ କି.ମି. ଦୂରରେ ବିରିବାଟିଠାରେ ଅବସ୍ଥିତ ପରମହଂସନାଥ ମନ୍ଦିର କଟକର ସର୍ବୋଚ୍ଚ ମନ୍ଦିର । ଏତଦବ୍ୟତୀତ କଟକ ଚଣ୍ଡୀ ମନ୍ଦିର ଓ ଭଟ୍ଟାରିକା ମନ୍ଦିର ମଧ୍ୟ କଟକର ଶୋଭା ବୃଦ୍ଧି କରୁଛନ୍ତି । ଅନ୍ୟାନ୍ୟ ଧର୍ମପୀଠଙ୍କ ମଧ୍ୟରୁ ମୁସଲମାନଙ୍କ ’କଦ୍ଦମ୍ ରସୁଲ୍’ ଓ ଶିଖ ଧର୍ମର ’ଗୁରୁଦ୍ୱାରା ଦାତନ ସାହେବ’ ଅନ୍ୟତମ । ଏହା ବିଶ୍ୱାସ କରାଯାଏ ଯେ କଦମ ରସୁଲର ମନିଷୀ ମହମ୍ମଦଙ୍କ ପଦଚିହ୍ନ ରହିଛି । ସେହିପରି ଶିଖ ବିଶ୍ୱାସାନୁଯାୟୀ ଶିଖଙ୍କ ପ୍ରଥମ ଧର୍ମଗୁରୁ, ଶ୍ରୀ ଗୁରୁ ନାନକ ଦେବ ନିଜର ପୁରୀ ଯାତ୍ରା କାଳରେ ଏଠାରେ କିଛି ସମୟ ଅବସ୍ଥାନ କରିଥିଲେ ଓ ତାଙ୍କଦ୍ୱାରା ଦାନ୍ତକାଠି ରୂପେ ବ୍ୟବହୃତ ହେବା ପରେ ତାଙ୍କରି ଦ୍ୱାରା ରୋପିତ ଏକ ବୃକ୍ଷ ଏଠାରେ ଏବେ ମଧ୍ୟ ଏଠାରେ ରହିଛି । ଦାନ୍ତକାଠି ଅନୁସାରେ ଏହାର ନାମ ଗୁରୁଦ୍ୱାରା ଦାତନ ସାହିବ । ଭୂଗୋଳ[ସମ୍ପାଦନା] କାଠଯୋଡ଼ି ନଦୀ କଟକର ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୩୭ ମିଟର (୧୨୧ ଫୁଟ୍) । କଟକ ଉତ୍ତରରେ ମହାନଦୀ ଓ ଦକ୍ଷିଣରେ କାଠଯୋଡ଼ି ମଧ୍ୟରେ ଥିବା ତ୍ରିକୋଣଭୂମିରେ ଅବସ୍ଥିତ । କଟକର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ । ସହରରେ ଅନୁଭୂତ ସର୍ବୋଚ୍ଚ ତାପମାତ୍ରା ୫୦ ସେ. ହୋ‍ଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୦ ସେ. । ଗ୍ରୀଷ୍ମର ପ୍ରଭାବ ମାର୍ଚ୍ଚ ଶେଷରୁ ଜୁନ୍ ମଧ୍ୟଭାଗ ଯାଏଁ ଅନୁଭୂତ ହୁଏ । ଜୁନ୍ ମଧ୍ୟଭାଗରୁ ବର୍ଷାଋତୁର ଆରମ୍ଭ । ସେପ୍‍ଟେମ୍ବରରୁ ଅକ୍ଟୋବର ମଧ୍ୟଭାଗ ଯାଏଁ ସର୍ବାଧିକ ବୃଷ୍ଟିପାତ ହୋ‍ଇଥାଏ । କଟକର ବାର୍ଷିକ ହାରାହାରି ବୃଷ୍ଟିପାତ ୧୪୪.୩୯ ସେ.ମି. । ଶୀତଋତୁ ନଭେମ୍ବରରୁ ଆରମ୍ଭ ହୋ‍ଇ ଜାନୁଆରୀ ଆରମ୍ଭ ଯାଏଁ ରହିଥାଏ । ଏହି ସମୟରେ ଶୀତଳ ଉତ୍ତରା ପବନ ବହିବା ସହିତ ଶୀଘ୍ର (୫.୩୦ ଘଟିକା) ସନ୍ଧ୍ୟା ହୋ‍ଇଯାଉଥିବାରୁ ଲମ୍ବା ଓ ଥଣ୍ଡା ରାତି ଅନୁଭୂତ ହୁଏ । ଜାନୁଆରୀ ମଧ୍ୟରୁ ମାର୍ଚ୍ଚ ମଧ୍ୟଭାଗ ଯାଏଁ ବସନ୍ତ ଋତୁର ପ୍ରଭାବ ଦେଖାଯାଏ ଓ ତାପମାତ୍ରା ସର୍ବୋଚ୍ଚ ୩୩.୪ ସେ. ରୁ ୨୨.୨ ସେ. ମଧ୍ୟରେ ରହେ । କଟକ ଭ୍ରମଣ ଲାଗି ଏହା ସର୍ବୋତ୍କୃଷ୍ଟ ସମୟ । ୨୦୧୧ ଜନଗଣନା ଅନୁଯାୟୀ କଟକର ମୋଟ ଜନସଂଖ୍ୟା ୬,୦୬,୦୦୭ । କଟକର ହାରାହାରି ସାକ୍ଷରତା ହାର ୯୧.୧୭% । [୫] କଟକ ପିଠାପୁର କଳା ଓ ଚଳଣି[ସମ୍ପାଦନା] ତାରକସି[ସମ୍ପାଦନା] ମୂଳ ଲେଖା: ତାରକସି ରୂପାର ତାରକସି କାମ କଟକ ସୁନା ଓ ରୂପାର ତାରକସି କଳା ପାଇଁ ଜଣାଶୁଣା । ଏଠାକାର ସ୍ଥାନୀୟ କାରିଗର ମାନେ ସାଧବ ମାନଙ୍କ ଅମଳରୁ ପାଖାପାଖି ୫୦୦ ବର୍ଷ ଧରି ଏହି କଳାକୁ ଜୀବିତ ରଖିଛନ୍ତି । ଅତୀତରେ ଓଡ଼ିଶାର ନଦୀ ଓ ସମୁଦ୍ର ପଥରେ ଦକ୍ଷିଣ ଏସିଆର ଇଣ୍ଡୋନେସିଆ ଓ ଅନ୍ୟାନ୍ୟ ଦେଶସମୂହ ସହ ବେପାର ବଣିଜ କାରବାର ପାଇଁ ଓଡ଼ିଶାର ସାଧବମାନେ ଏହି ସୁନା ରୂପାର ଅଳଙ୍କାର ନେଇ କଳିଙ୍ଗରୁ ଯାଉଥିଲେ ।[୬] ଖାଦ୍ୟପେୟ[ସମ୍ପାଦନା] ଦହିବରା-ଆଳୁଦମ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ[୭] ଯାହା ଦହିବରାକୁ ଆଳୁଦମ ଓ ଘୁଗୁନି ସହିତ ମିଶାଇ ତିଆରି କରାଯାଇଥାଏ । କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି । ଏହା ଏକ ଜଳଖିଆ ଭାବରେଓ ଅନେକ ବିବାହ ତଥା ପୂଜା ପାର୍ବଣ ଓ ଉତ୍ସବ[୮] ରେ ମଧ୍ୟ ଏହା ପରଷାଯାଇଥାଏ । କଟକର ବିକଳାନନ୍ଦ କର (ଜଣାଶୁଣା ନାମ ବିକଳ କର) ଓ ଅନେକ ଜଣାଶୁଣା ମିଠା କାରିଗର ରସଗୋଲା ଓ ନାନାଦି ଓଡ଼ିଆ ମିଠାକୁ ଦେଶ ବିଦେଶରେ ଲୋକପ୍ରିୟ କରାଇବାରେ ସାହାଯ୍ୟ କରିଛନ୍ତି । ପର୍ବପର୍ବାଣୀ[ସମ୍ପାଦନା] କଟକ ଚଣ୍ଡୀ ଓଡ଼ିଆ ସଂସ୍କୃତି ଅନୁଯାୟୀ କଟକରେ ମଧ୍ୟ ବାର ମାସରେ ତେର ପର୍ବ ପାଳିତ ହୁଏ । ତେବେ ଯେଉଁ ପର୍ବଗୁଡିକ ଲାଗି କଟକ ଦୂରଦୂରାନ୍ତରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ସେଗୁଡିକ ହେଲା ଦଶହରା ଓ ବାଲିଯାତ୍ରା । ଦଶହରାରେ ଶକ୍ତି ରୂପିଣୀ ଦେବୀ ଦୁର୍ଗାଙ୍କ ପୂଜା କରାଯାଏ । ଦେବୀଙ୍କ ମହିଷମର୍ଦ୍ଦିନୀ ରୂପର ମୃଣ୍ମୟ ପ୍ରତିମାକୁ ନେଇ ସହରସାରା ଅନେକ ମେଢ ତିଆରି ହୋ‍ଇଥାଏ । ଦଶହରାର ଆଡ଼ମ୍ବର ବ୍ୟତୀତ କଟକ ମଧ୍ୟ ଚାନ୍ଦି ମେଢ଼ ଲାଗି ପ୍ରସିଦ୍ଧ । ଏହି ଚାନ୍ଦି ମେଢ଼ରେ ବିପୁଳ ପରିମାଣର ସୁନା ଓ ରୂପା ବ୍ୟବହୃତ ହୋ‍ଇଥାଏ । ଏହି ମେଢ଼ଗୁଡିକ ତାରକସି କାମର ଅନନ୍ୟ ନମୁନା । ପୂର୍ବ କାଳରେ ଜାଭା, ବାଳି, ସୁମାତ୍ରା ଆଦି ସ୍ଥାନ ମାନଙ୍କୁ ବୋ‍ଇତ ନେଇ ବେପାର କରିବାକୁ ଯାଉଥିବା ସାଧବପୁଅ ମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ବାଲିଯାତ୍ରାର ଆୟୋଜନ କରାଯାଏ । ନଭେମ୍ବର ମାସରେ ଆୟୋଜିତ ହେଉଥିବା ବାଲିଯାତ୍ରା ଦେଖିବା ଲାଗି ଏବଂ ବେପାର କରିବା ଲାଗି ଏହି ସମୟରେ କଟକରେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଆସି ଲୋକେ ଭିଡ ଜମାନ୍ତି । ସେହିପରି ଜାନୁଆରୀରେ ପାଳିତ ହେଉଥିବା ମକର ସଂକ୍ରାନ୍ତିରେ ରଙ୍ଗବେରଙ୍ଗର ଗୁଡିରେ ଭରିଯାଇଥିବା ଆକାଶ ଅତ୍ୟନ୍ତ ସୁନ୍ଦର ଦିଶେ । ଏହାଛଡା ଅନ୍ୟାନ୍ୟ ହିନ୍ଦୁ ପର୍ବପର୍ବାଣୀ ମଧ୍ୟ କଟକରେ ବେଶ୍ ଆଡ଼ମ୍ବର ସହ ପାଳିତ ହୁଏ । ହିନ୍ଦୁଙ୍କ ବ୍ୟତୀତ କଟକରେ ବସବାସ କରୁଥିବା ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଓ ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ନିଜ ନିଜ ଧାର୍ମିକ ପର୍ବ ପାଳନ କରନ୍ତି, ଏଗୁଡିକ ମଧ୍ୟରୁ ଇଦୁଲ ଫିତର, ଇଦୁଲ ଜୁହା, ବଡ଼ଦିନ ଆଦି ପ୍ରଧାନ । ଧାର୍ମିକ ପର୍ବ ବ୍ୟତୀତ ସମସ୍ତ ଜାତୀୟ ପର୍ବ ଯଥା ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦିକୁ ମଧ୍ୟ କଟକବାସୀ ବେଶ୍ ନିଷ୍ଠା ସହକାରେ ପାଳନ କରନ୍ତି । ନାଗରିକ ପ୍ରଶାସନ[ସମ୍ପାଦନା] ଓଡ଼ିଶାର ପୁରାତନ ରାଜଧାନୀ କଟକ ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଗୁରୁତ୍ଵ ପୂର୍ଣ। ଭାରତର ସଂସଦରେ କଟକ ଲୋକସଭା ସିଟ ଏହି ସହର ତଥା ଜିଲ୍ଲାର ପ୍ରତିନିଧିତ୍ଵ କରେ। ଶ୍ରୀ ଭର୍ତୁହରି ମହତାବ (ବିଜୁ ଜନତା ଦଳ) କଟକର ସାଂସଦ ଅଟନ୍ତି। ଓଡ଼ିଶା ବିଧାନ ସଭାରେ କଟକ ନଗର ୩ଟି ସିଟରେ ଯଥା ବାରବାଟି-କଟକ, ଚୌଦ୍ବାର-କଟକ ଓ କଟକ ସଦରରେ ଭାଗ କରା ଯାଇଛି । ଚଳିତ ବିଧାନ ସଭାରେ ଏହି ୩ଟି ଯାକ ସିଟରେ ବିଜୁ ଜନତା ଦଳର ବିଧାୟକମାନେ ପ୍ରତିନିଧିତ୍ଵ କରୁଛନ୍ତି। ସେମାନେ ହେଲେ ବାରବାଟି କଟକ- ଶ୍ରୀ ଦେବାଶିଷ ସାମନ୍ତରାୟ, ଚୌଦ୍ବାର କଟକ - ଶ୍ରୀ ପ୍ରଭାତ ବିଶ୍ଵାଳ ଓ କଟକ ସଦର- ଶ୍ରୀ କାଳିନ୍ଦୀ ବେହେରା। ନଗରର ପରିମଳ ବ୍ୟବସ୍ଥା କଟକ ମହାନଗର ନିଗମ ଉପରେ ନ୍ୟାସ୍ତ। ଭୁବନେଶ୍ବର ପରେ କଟକ ଓଡ଼ିଶାର ଦ୍ଵିତୀୟ ମହାନଗର ନିଗମ ବା ମୁନିସିପାଲ କର୍ପୋରେଶନ। ଏହି ନିଗମ ଅଧୀନରେ କଟକ ୫୪ ଟି ୱାର୍ଡ ବା ଭାଗରେ ବିଭକ୍ତ ହେଇଛି। ସମ୍ପ୍ରତି ଶ୍ରୀ ସୌମେନ୍ଦ୍ର ଘୋଷ(ବିଜୁ ଜନତା ଦଳ) କଟକର ମେୟର (ନଗରପାଳ) ଅଟନ୍ତି। କଟକ ନଗରର ଆଇନ ଓ ବ୍ୟବସ୍ଥା ଏବେ ଭୁବନେଶ୍ବର ଓ କଟକ ପୁଲିସ କମିସନରେଟ ଉପରେ ନ୍ୟସ୍ତ। ଏହାର ମୁଖ୍ୟ ପୁଲିସ କମିସନର ଉଭୟ କଟକ ଓ ଭୁବନେଶ୍ବର ଆଇନ ଓ ବ୍ୟବସ୍ଥା ରକ୍ଷା କରିଥାନ୍ତି। ଅଧୁନା କଟକ ନଗରରେ ୨୦ଟି ପୁଲିସ ଥାନା ଆଚି। ସେ ଗୁଡିକ ହଏକା କଣ୍ଟୋଂମେଣ୍ଟ, ବିଡାନାସି, ମାର୍କତନଗର, ଲାଲବଗ, ପୁରିଘାଟ, ମଧୁପାଟଣା, ଚାଉଳିଆଗଞ୍ଜ, ମାଲଗୋଦାମ, ମଙ୍ଗଳାବାଗ,ଦରଘାବଜାର, ମହିଳା, ଚୌଦ୍ବାର, ଜଗତପୁର, ବିଦ୍ୟୁତ (ବିଶେଷ), ସଦର, ବାରଙ୍ଗ, ବାଦାମବାଡି, କନ୍ଦରପୁର, ଟ୍ରାଫିକ, ଟ୍ରାଫିକ (ଜାତୀୟ ରାଜପଥ ଫୁଲନଖରା)। ଅର୍ଥନୀତି[ସମ୍ପାଦନା] ବର୍ଷ ବର୍ଷ ଧରି କଟକ ଓଡ଼ିଶାର ଅର୍ଥନୈତିକ ପ୍ରାଣ କେନ୍ଦ୍ର ଭାବେ ଗଣ ଯାଏ। ପୂର୍ବକାଳରେ କଳିଙ୍ଗ ଦେଶର ସାଧବପୁଅ ମାନେ ଏହି କଟକ ଯୋବ୍ରା ମହାନଦୀ ଦେଇ ଜଳପଥ ଦେଇ ନୌବାଣିଜ୍ୟ କରୁଥିଲେ। ସେହି କାଳରୁ କଟକ ବାଣିଜ୍ୟର ପେଣ୍ଠସ୍ଥଳ ରହି ଆସିଛି। ଏହି ନୌବାଣିଜ୍ୟର ଆଉ ଏକ ପ୍ରମାଣ ହେଲା କଟକ ପ୍ରସିଦ୍ଧ ବାର୍ଷିକ ବାଲିଯାତ୍ରା ଯାହା ଏହି ସୁଦୂର ପ୍ରଦେଶରୁ ଅଣାଯାଇଥିବା ନାନାଦି ଦ୍ରବ୍ୟର ବିକ୍ରୀବଟା ପାଇଁ ପ୍ରତି ବର୍ଷ କାର୍ତିକପୂର୍ଣମୀ ଠାରୁ ଅନୁଷ୍ଠିତ ହୋଇ ଆସୁଛି।ସମ୍ପ୍ରତି ଯୋବ୍ରା ବାଟଦେଇ ଏଇ ନୌବାଣିଜ୍ୟ ଆଉ ହେଉନାହିଁ କିନ୍ତୁ ରାଜ୍ୟର ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଭାବେ କଟକର ଖ୍ଯାତି ଆଜି ବି ଅଛି। ବାଣିଜ୍ୟ କଟକର ୫୨ ବଜାର , ୫୩ ଗଳିରେ ଖାଦ୍ୟ ଶସ୍ୟ, ଲୁଗାପଟା,ଔଷଧ, ସୁନା ରୂପ ଅଳଙ୍କାର,ଯାନ୍ତ୍ରିକ କଳ , ଈଲେକ୍ଟ୍ରୋନିକ ଆଦିର ବହୁ ଅଧିକୃତ ବିକ୍ରେତା ଓ ଥୋକ ବେପାରୀ ଆଛନ୍ତି। ଉପକୂଳ ଓଡ଼ିଶା ତଥା ସାରା ରାଜ୍ୟର ଛୋଟ ଦୋକାନୀ ମାନେ କଟକ ଆସି ଏହି ବଡ ବେପାରୀ ମାନଙ୍କଠାରୁ ଜିନିଷ ପତ୍ର କିଣି ନେଇ ଥାନ୍ତି। ପୁରୁଷ ପୁରୁଷ ଧରି ମୁଖ୍ୟତ ମାରୱାଡି, ସିନ୍ଧି, ଗୁଜୁରାଟୀ ମାନେ ଏହି ସବୁ ବଡ ବ୍ୟବସାୟ ଚଳଉଛନ୍ତି। କଟକର କିଛି ମୁଖ୍ୟ ବଜାର ଓର ଏହାର ବିଶେଷତା ହେଲା ଚୌଧୁରୀ ବଜାର - ଲୁଗାପଟା , ଅଳଙ୍କାର ଯାଉଁଳିଆ ପଟ୍ଟି- ଲୁଗାପଟା ହରିପୂର ରୋଡ - ଲୁଗାପଟା ବାଲୁ ବଜାର- ବହି ପତ୍ର ପ୍ରକାଶନ ସଂସ୍ଥା, ଅଳଙ୍କାର ନିମଚଉଡି- ଅଳଙ୍କାର ମାଲଗୋଦାମ- ଖାଦ୍ୟ ଶସ୍ୟ, ମସଲା ଛତ୍ରବଜାର - ପନୀ ପରିବା କଲେଜ ଛକ- ଈଲେକ୍ଟ୍ରୋନିକ , ଘର ତିଆରି ସାମଗ୍ରୀ, ଔଷଧ ରାଣୀହାଟ-ମଙ୍ଗଳବାଗ- ଲୁଗାପଟା, ଔଷଧ ଓ ଭେଷଜ ଉପକରଣ ବକ୍ସିବଜାର- ବୈଦ୍ୟୁତିକ ଉପକରଣ, ନୂଆ ମଟର ଗାଡି ଓ ମଟର ଗାଡି ଜନ୍ତ୍ରପାତି ଉଦ୍ୟୋଗ କଟକ ଉପକଣ୍ଠ ଚୌଦ୍ଵାର ଓଡ଼ିଶାର ପୁରୁଣା ଔଦ୍ୟୋଗିକ ପେଣ୍ଠ ଥିଲା। ଏହିଠାରେ ସ୍ଵର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶା ଲୁଗାକଳ (ଓ. ଟି. ଏମ.)ସ୍ଥାପନ କରିଥିଲେ। ଦୀର୍ଘ ସମୟଧରି ଏହି ଲୁଗାକଳଟି ଉନ୍ନତମାନର ବୟନ ସାମଗ୍ରୀ ଉତ୍ପାଦନ କରି ଦେଶ ବିଦେଶରେ ନା କରିଥିଲା। ଓ. ଟି. ଏମ. ବ୍ୟତୀତ ଚୌଦ୍ଵାରଠାରେ ,ବାଲାରପୁର କାଗଜକଳ,ଲିବ୍ରା କାର୍ପେଟ, କଳିଙ୍ଗ ଟିୟୁବ ଆଦି କାରଖାନା ମଧ୍ୟ ଥିଲା ଯାହା ଏବେ ବନ୍ଦ ହୋଇଯାଇଛି। ଅଧୁନା ଇମ୍ଫାର ଫେରୋକ୍ରୋମ କାରଖାନା ଚୌଦ୍ଵାର ଶିଳ୍ପାଞ୍ଚଳର ସଫଳ ଉଦ୍ୟୋଗ ଭାବେ ଚାଲୁ ଅଛି। କଟକ ନଗରର ଅନ୍ୟ ଔଦ୍ୟୋଗିକ ପେଣ୍ଠ ଗୁଡିକ ହେଲା ଜଗତପୁର ଓ ଖପୁରିଆ। ଉଭୟ ଅଞ୍ଚଳରେ ମୁଖ୍ୟତ ଲଘୁ ବା କ୍ଷୁଦ୍ର ଶିଳ୍ପ ସଂସ୍ଥା ମାନେ କାମ କରନ୍ତି। ଏହି ଦୁଇଟି ଅଞ୍ଚଳରେ ଥିବା କିଛି ପ୍ରମୁଖ ଉଦୟାଗ ହେଲା ଓଡ଼ିଶା ଗଭର୍ନମେନ୍ଟ ପ୍ରେସ- ସରକାରୀ ଛାପାକଳ ଓମ ଅୟେଲ ଆଣ୍ଡ ଫ୍ଲୋର ମିଲ- ରୁଚି ବ୍ରାଣ୍ଡର ମସଲା ଓ ଖାଦ୍ଯ ସାମଗ୍ରୀ ତୃପ୍ତି ଡ୍ରିଂକ୍ସ , ଏସ . ଏମ. ଭି. ଜଇପୁରିଆ ବେଭେରେଜ- ପେପ୍ସି ବଟଲିଂ ପ୍ଳାଣ୍ଟ ଉପଲବ୍ଧ ସେବା[ସମ୍ପାଦନା] କଟକରେ ଭାରତୀୟ ଡାକବିଭାଗ ବ୍ୟତୀତ ଅନେକ ଘରୋ‍ଇ କୋରିୟର ସଂସ୍ଥାମାନ ରହିଛନ୍ତି । ଚିଠିରୁ ଆରମ୍ଭ କରି ଟେଲିଗ୍ରାଫ୍ ଆଦି ସୁବିଧା ସହଜରେ ଉପଲବ୍ଧ । ସରକାରଙ୍କ ପରିଚାଳିତ ଭାରତ ସଞ୍ଚାର ନିଗମ ଛଡା ଏୟାର୍‍ଟେଲ, ଏୟାର୍‍ସେଲ୍, ରିଲାଏନ୍ସ, ଟାଟା ଇଣ୍ଡିକମ୍ ଓ ଭୋଡାଫୋନ୍ ପରି ଜାତୀୟ ସଞ୍ଚାର ସଂସ୍ଥାଗୁଡିକଙ୍କ ପକ୍ଷରୁ ଏଠାରେ ଉଭୟ ଲ୍ୟାଣ୍ଡଲାଇନ ଓ ମୋବାଇଲ୍ ସେବା ଉପଲବ୍ଧ । ଭାରତ ସଞ୍ଚାର ନିଗମ ଓ ଓର୍‍ଟେଲ୍ ଆଦି ସଂସ୍ଥା ବ୍ରଡ୍‍ବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇ ଦେଉଛନ୍ତି । କଟକର ପ୍ରମୁଖ ଅନୁଷ୍ଠାନମାନଙ୍କ ମଧ୍ୟରୁ ବାରବାଟି ଷ୍ଟାଡିଅମ ଅନ୍ୟତମ, ଯାହାକି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‍ମାନଙ୍କ ଲାଗି ସୁପ୍ରସିଦ୍ଧ । କଟକର ବିଶ୍ୱପ୍ରସିଦ୍ଧ ରୂପା ତାରକସି କାମ ଲାଗି ଏହାକୁ ମଧ୍ୟ ରୌପ୍ୟ ସହର ନାମରେ ଆଖ୍ୟାୟିତ କରଯାଇଛି । ଏତଦ୍‍ବ୍ୟତୀତ ଏଠାର ହାତୀଦାନ୍ତର କାମ ମଧ୍ୟ ବେଶ୍ ଚମତ୍କାର । ବାରବାଟି ଷ୍ଟାଡିଅମ ନିକଟରେ ଐତିହାସିକ ବାରବାଟି ଦୁର୍ଗର ଭଗ୍ନାବଶେଷ ରହିଛି । ଦୁର୍ଗର ପ୍ରବେଶଦ୍ୱାର ଏଯାବତ୍ ସୁରକ୍ଷିତ ରହିଛି । ବିଗତ କିଛି ସମୟ ଧରି ଭାରତୀୟ ପ୍ରତ୍ନତାତ୍ତ୍ଵିକ ବିଭାଗ (Archaeological Survey of India) ଦ୍ଵାରା ଉତ୍‍ଖନନ କାର୍ଯ୍ୟ ଚାଲୁ ରହିଛି । କଟକର ଚୌଦ୍ଵାରଠାରେ ଦେଶର ସର୍ବବୃହତ୍ ଫେରୋ ଆଲୟ ଉତ୍ପାଦକ ଇମ୍ଫା (IMFA-Indian Metals & Ferro Alloys) ର କାରଖାନା ରହିଛି । ସ୍ୱାସ୍ଥ୍ୟ ସେବା[ସମ୍ପାଦନା] ସ୍ଵାଧୀନତା ସମୟରୁ କଟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାର ମୁଖ୍ୟ କେନ୍ଦ୍ର ରହି ଆସିଛି। ମହନଦୀ କୂଳରେ ଥିବା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ଓଡ଼ିଶାର ସର୍ବ ପୁରାତନ ଓ ସର୍ବବୃହତ ଅଟେ। ସାରା ଉପକୂଳ ଓଡ଼ିଶା ତଥା ସୁଦୂର ପଶ୍ଚିମ ବଂଗର ଲୋକମାନେ ବି ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ପୁର ପଲ୍ଲୀରେ ଏହା ବଡ ଡାକ୍ତରଖାନା ଭାବେ ପରିଚିତ। ଏଠାରେ ବହୁ ବିଭାଗରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ବିଶେଷ ସେବା ଉପଲବ୍ଧ ଆଛି। ବଡ ଡାକ୍ତରଖାନା ଛଡା କଟକ ସହରରେ ଆହୁରି ବହୁତ ବିଶେଷ ଚିକିତ୍ସା କେନ୍ଦ୍ରମାନ ଆଛି। ସରଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ସ୍ନାତକୋତ୍ତର ସଂସ୍ଥାନ (ଶିଶୁଭବନ) ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ସିଟି ହସ୍ପିଟାଲ (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ) କୁଷ୍ଠ ସେବାଶ୍ରମ ଓ ଚିକିତ୍ସାଳୟ ବେସରକାରୀ ଜେ.ପି.ଏମ. ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଅଶ୍ଵିନୀ ଚିକିତ୍ସାଳୟ ଶାନ୍ତି ମେମୋରିଆଲ ଚିକିତ୍ସାଳୟ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟାଳୟ[ସମ୍ପାଦନା] ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆକାଶବାଣୀ କଟକ ଓଡ଼ିଶା ଲୋକସେବା ଆୟୋଗ ଓଡ଼ିଶା ପୁଲିସ ମୁଖ୍ୟ କର୍ୟାଳୟ ଓଡ଼ିଶା ରାଜସ୍ୱ ପରିଷଦ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ସରକାରୀ ପ୍ରେସ ଶିକ୍ଷା ଓ ଗବେଷଣା[ସମ୍ପାଦନା] * ବିଶ୍ଵବିଦ୍ୟାଳୟ ଓ ଶିକ୍ଷା ପରିଷଦ ରେଭେନ୍ସା ବିଶ୍ଵବିଦ୍ୟାଳୟ କଟକରେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ନାନା ଶୈ‍କ୍ଷିକ ଅନୁଷ୍ଠାନ ଯଥା ରେଭେନ୍ସା ବିଶ୍ଵବିଦ୍ୟାଳୟ ରହିଛି । ଦେଶକୁ ଆନେକ ଉଚ୍ଚକୋଟୀର ବୁଦ୍ଧିଜୀବୀ ଓ ପ୍ରଶାସକ ଦେଇଥିବା ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ) କଟକର ଏକ ଅନନ୍ୟ ଅଙ୍ଗ । ନୋବେଲ୍ ପୁରସ୍କାର ବିଜେତା ବୈଜ୍ଞାନିକ ସାର୍ ସି ଭି ରମଣ ଏଠାରେ କିଛି କାଳ କାର୍ଯ୍ୟ କରିଥିଲେ । ଏଦଦ୍‍ବ୍ୟତୀତ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ଅନ୍ୟତମ ଓ ବିଶିଷ୍ଟ ନେତା ସୁବାଷ ଚନ୍ଦ୍ର ବୋଷଙ୍କ ବାଲ୍ୟକାଳ କଟକରେ ହିଁ ଅତିବାହିତ ହୋ‍ଇଥିଲା । ସେ ଷଷ୍ଠ ଶ୍ରେଣୀ ଯାଏଁ ଏକ ଇଂରାଜୀ ବିଦ୍ୟାଳୟ (ବର୍ତ୍ତମାନର ଷ୍ଟୁଆର୍ଟ୍ ସ୍କୁଲ)ରେ ଅଧ୍ୟୟନ କଲାପରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଅଧ୍ୟୟନ କରିଥିଲେ । ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ (ଓଡ଼ିଶା) ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ *ଗବେଷଣା କେନ୍ଦ୍ର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ବିଦ୍ୟାଧରପୁର କଟକର ସମୀପବର୍ତ୍ତୀ ବିଦ୍ୟାଧରପୁରରେ ଅବସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (Central Rice Research Institute) ସମଗ୍ର ଦକ୍ଷିଣ ଏସିଆର ଏକ ପ୍ରଧାନ ଧାନ ଗବେଷଣା କେନ୍ଦ୍ର । ବିମାନ ଗବେଷଣା କେନ୍ଦ୍ର , ଚରବାଟିଆ ସହର ଉତ୍ତର ଆଡକୁ ଚାରବାଟିଆଠାରେ ବିମାନ ଗବେଷଣା କେନ୍ଦ୍ର ସହିତ ସେନାବାହିନୀର ଏକ ବିମାନବନ୍ଦର ରହିଛି । ଏହାର ନିୟନ୍ତ୍ରଣ ଦାୟିତ୍ୱ ଭାରତ ସରକାରଙ୍କ ଗୁଇନ୍ଦା ସଂସ୍ଥା RAW (Research and Analysis Wing) ଉପରେ ନ୍ୟସ୍ତ । *ଉଚ୍ଚ ଶିକ୍ଷା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ସରଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ସ୍ନାତକୋତ୍ତର ସଂସ୍ଥାନ ମଧୁସୂଦନ ଆଇନ ମହାବିଦ୍ୟାଳୟ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟିଭି ସଂସ୍ଥାନ ଅଜୟ ବିନୟ ଯାନ୍ତ୍ରିକ ମହାବିଦ୍ୟାଳୟ ପିଲୁ ମୋଦି ସ୍ଥାପତ୍ୟ ମହାବିଦ୍ୟାଳୟ * ମହାବିଦ୍ୟାଳୟ ଶୈଳବାଳା ମହିଳା ମହାବିଦ୍ୟାଳୟ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ ଜାତୀୟ କବି ବୀରକିଶୋର ମହାବିଦ୍ୟାଳୟ ଖ୍ରୀଷ୍ଟ ମହାବିଦ୍ୟାଳୟ * ବିଦ୍ୟାଳୟ ମୂଳ ଲେଖା: କଟକ ନଗରର ବିଦ୍ୟାଳୟ କଟକ ସହରରେ ଉଭୟ ଓଡ଼ିଆ ଓ ଈଂରାଜୀ ମାଧ୍ୟମର ବିଦ୍ୟାଳୟ ମାନ ରହିଛି। କଟକର ବିଦ୍ୟାଳୟ ଗୁଡିକ ପୁରାତନ ଓ ପ୍ରାୟତ ସମସ୍ତଙ୍କ କିଛି ନ କିଛି ଗୌରବମୟ ଈତିହାସ ରହିଛି। ଷ୍ଟୁଆର୍ଟ ବିଦ୍ୟାଳୟ ରେଭେନ୍‌ସା କଲିଜିଏଟ ସ୍କୁଲ ମାଧ୍ୟମିକ ଶିକ୍ଷା ପରିଷଦ ବିଦ୍ୟାଳୟ, କଟକ,ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ ପରିବହନ ଓ ଯୋଗାଯୋଗ[ସମ୍ପାଦନା] ବାଦାମବାଡ଼ି ସଡକପଥରେ କଟକ, କୋଲକାତା ଓ ଚେନ୍ନାଇକୁ ସଂଯୋଗ କରୁଥିବା ୫ ନଂ ଜାତୀୟ ରାଜପଥ ସହ ଉତ୍ତମ ଭାବେ ସଂଯୁକ୍ତ. ରାଜ୍ୟର ପମୁଖ ବାଣିଜ୍ୟିକ କେନ୍ଦ୍ର ହୋ‍ଇଥିବାରୁ ଏହା ମଧ୍ୟ ରେଳପଥ ଦ୍ୱାରା ଉତ୍ତମ ରୂପେ ସଂଯୁକ୍ତ । ଓଡ଼ିଶାର ଅନ୍ୟ ଅଞ୍ଚଳ ପରି ଏହା ମଧ୍ୟ ରେଳବାଇର ପୂର୍ବତଟ ରେଳବାଇ ଅନ୍ତର୍ଗତ । ଓଡ଼ିଶାର ଏକମାତ୍ର କାର୍ଯ୍ୟକ୍ଷମ ସିଭିଲ୍ ବିମାନବନ୍ଦର, ବିଜୁ ପଟ୍ଟନାୟକ ବିମାନ ବନ୍ଦର, କଟକଠାରୁ ମାତ୍ର ୨୮ କି.ମି. ଦୂରରେ ଅବସ୍ଥିତ । ବସ୍ ଯୋଗଯୋଗ ହିସାବରେ କଟକର ବାଦାମବାଡ଼ି ବସ ଟର୍ମିନସ୍ ଓଡ଼ିଶାରେ ସର୍ବବୃହତ୍ । ପ୍ରତିଦିନ ଏଠାରୁ ଶହଶହ ବସ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରେ । ଦୂରବର୍ତ୍ତୀ ଅଗମ୍ୟ ସ୍ଥାନମାନଙ୍କ ଲାଗି ବସ ପରିବହନ ହିଁ ଏକମାତ୍ର ଉପାୟ । କଟକରେ ଜଳ ପରିବହନର ବିଶେଷ ଚାହିଦା ନଥିଲେ ମଧ୍ୟ ମାଛ ଧରିବା ଓ ଆଞ୍ଚଳିକ ନୌପରିବହନ ଲାଗି ଛୋଟ ଛୋଟ ଡଙ୍ଗାମାନ ମହାନଦୀ ଓ କାଠଯୋଡ଼ିରେ ଚଳାଚଳ କରନ୍ତି । ଇଂରେଜ ଅମଳରେ ତାଳଦଣ୍ଡା କେନାଲ ବ୍ୟାପାରିକ ନୌପରିବହନର ଉତ୍କୃଷ୍ଟ ପନ୍ଥା ବିବେଚିତ ହେଉଥିଲେ ହେଁ ଅଧୁନା ଉନ୍ନତ ଟ୍ରକ ପରିବହନର ପ୍ରଚଳନ ହେତୁ ଏହାର ଆଉ ଚାହିଦା ନାହିଁ । ଏହାଛଡା କଟକର ଚାରବାଟିଆଠାରେ ଭାରତୀୟ ବାୟୁସେନାର ଏକ ବିମାନ ବନ୍ଦର ରହିଛି । କ୍ରୀଡ଼ା[ସମ୍ପାଦନା] ବର୍ଷ ବର୍ଷ ଧରି କଟକ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଏକ ପ୍ରଧାନ କେନ୍ଦ୍ର ଭାବେ ରହିଆସିଛି। ଓଡ଼ିଶା ଓଲିମ୍ପିକ ସଂଘ, ଓଡ଼ିଶା କ୍ରିକେଟ ସଂଘ ଆଦି ୩୦ ରୁ ଅଧିକ ରାଜ୍ୟ ସ୍ତରୀୟ କ୍ରୀଡା ମହାସଂଘର ମୁଖ୍ୟ କାର୍ଯ୍ଯାଳୟ କଟକ ନଗରରେ ଅବସ୍ଥିତ[୯]। କଟକରେ ଥିବା ବାରବାଟୀ ଷ୍ଟାଡିୟମ ଓଡ଼ିଶାରେ ଥିବା ଏକମାତ୍ର ଆନ୍ତର୍ଜାତୀୟ କ୍ରିକେଟ ପଡ଼ିଆ। ଏଠାରେ କ୍ରିକେଟ ବିଶ୍ଵକପ ସହ ପ୍ରାୟ ୧୬ଟି ଅନ୍ତର୍ଜାତିକ ଏକଦିବାସୀୟ ଓ ୨ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ଏହି ପଡ଼ିଆରେ କ୍ରିକେଟ ସହ ଜାତୀୟ ଓ ରାଜ୍ୟ ଫୁଟବଲ ପ୍ରତିଯୋଗିତା ମଧ୍ୟ ହୋଇଥାଏ। କଟକରେ କ୍ରିକେଟ, ଫୁଟବଲ ଛଡା ଆହୁରି ମଧ୍ୟ ବହୁଖେଳର ବିକାଶ ଲାଗି ବହୁ କ୍ରୀଡାଙ୍ଗନ ଗଢା ଯାଇଛି । ସେଥି ମଧ୍ୟରୁ ଜବାହରଲାଲ ନେହରୂ ଇଣ୍ଡୋର ଷ୍ଟାଡିୟମ ଅନ୍ୟତମ। ଏଠାରେ ବ୍ୟାଡମିଣ୍ଟନ, ଭଲି ବଲ ପରି କ୍ରୀଡାର ସୁବିଧା ଅଛି। କଟକରେ ଥିବା କ୍ରୀଡା ସୁବିଧା ବାରବାଟୀ ଷ୍ଟାଡିୟମ- କ୍ରିକେଟ, ଫୁଟବଲ ପ୍ରତିଯୋଗିତା ସ୍ଥଳ ଜବାହରଲାଲ ନେହରୂ ଇଣ୍ଡୋର ଷ୍ଟାଡିୟମ- ବ୍ଯାଡମିନ୍ଟନ, ଭଲି ବଲ, ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ସ୍ଥଳ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂ ପଡ଼ିଆ- କ୍ରିକେଟ, ଫୁଟବଲ ପ୍ରତିଯୋଗିତା ସ୍ଥଳ ଭାରତୀୟ କ୍ରୀଡା ପ୍ରାଧିକରଣ, କ୍ରୀଡା ଛାତ୍ରାବାସ,ବାରବାଟୀ ଷ୍ଟାଡିୟମ- ଫୁଟବଲ, ହକି, ଜିମ୍ନାଷ୍ଟିକ୍ସ ତାଲିମ ଉଇକିପିଡ଼ିଆ ରୁ (Bhubaneswar ରୁ ଲେଉଟି ଆସିଛି) ଇଂରାଜୀ ଲିଙ୍କ Help[ଦେଖାଇବେ] ଭୁବନେଶ୍ଵର ମହାନଗର ନିଗମ Jaydev vihar.jpg Rajpath.JPG IITBBS.jpg ORISSA SECRETARIAT.jpg Dhauilgiri Stupa top.jpg Rama Mandira Bhubaneswar Odisha1.JPG Lingaraj Temple bbsr8.jpg ଅନ୍ୟ ନାମ: ମନ୍ଦିର ମାଳିନୀ ନଗର ଭୁବନେଶ୍ଵର ଓଡ଼ିଶାରେ ଅବସ୍ଥିତ । ଭୁବନେଶ୍ଵର ଭୁବନେଶ୍ଵର Coordinates: 20.27°N 85.84°Eଦିଗବାରେଣି: 20.27°N 85.84°E ଦେଶ ଭାରତ ରାଜ୍ୟ ଓଡ଼ିଶା ଜିଲ୍ଲା ଖୋର୍ଦ୍ଧା ସରକାର • ପ୍ରକାର ମହାନଗର ନିଗମ • ପରିଚାଳନା ଭୁବନେଶ୍ଵର ମହାନଗର ନିଗମ (ବିଏମସି)୧୯୯୪ରୁ • ମହାନଗରପାଳ (ମେୟର) ଅନନ୍ତ ନାରାୟଣ ଜେନା (ବିଜଦ) • ମୁନିସିପାଲ କମିଶନର ମନୋଜ କୁମାର ମହାନ୍ତି[୧] (ଭାପ୍ରାସେ) • ପୁଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା [୨](ଭାପ୍ରାସେ) କ୍ଷେତ୍ରଫଳ • ମହାନଗର ନିଗମ ୧୩୫ km୨ (୫୨ sq mi) • ନାଗରାଞ୍ଚଳ . km2 (151.96 sq mi) ଉଚ୍ଚତା m (148 ft) ଜନସଂଖ୍ୟା (୨୦୧୧)[୩] • ମହାନଗର ନିଗମ ୮,୪୦,୬୮୩ • କ୍ରମାଙ୍କ ୫୬ • ଘନତା /km୨ (୧୨,୦୦୦/sq mi) • ମହାନଗର[୪] ୮,୮୧,୯୮୮ ଭାଷା • ସରକାରୀ ଓଡ଼ିଆ English ସମୟ ମଣ୍ଡଳ IST (UTC+5:30) ଡାକ କୋଡ଼ (ପିନ) ୭୫୧ ୦xx ଟେଲିଫୋନ କୋଡ଼ ୦୬୭୪ ଗାଡି ପଞ୍ଜୀକରଣ OD-02/OD-33 ଜାତିସଂଘ ସ୍ଥାନ କୋଡ଼ IN BBI ୱେବସାଇଟ bmc.gov.in ଭୁବନେଶ୍ଵର ଶବଦ ବିଷୟରେ ଭୁବନେଶ୍ଵର (help·info) ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହାଜର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି,[୫] ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିର ମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ଵର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ଵର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କ ଦ୍ଵାରା ବିଶେଷ ଆଦୃତ ହୋଇଅଛି ।[୬] ଭୁବନେଶ୍ବର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ବର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶ ଦ୍ଵାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ । ଦେଶ ସ୍ଵାଧୀନ ହେବାର ପରବର୍ଷ, ୧୯୪୮ ମସିହାରେ ଓଡିଶାର ରାଜଧାନୀ କଟକରୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ ହୋଇଥିଲା । ଆଧୁନିକ ସହରର ଶୈଳୀ ଜର୍ମାନୀର ଓଟୋ କୋନିସବର୍ଗରଙ୍କ ଦ୍ଵାରା ନିର୍ମିତ । ସେ ଜାମସେଦପୁର ଓ ଚଣ୍ଡିଗଡ ସହରର ନିର୍ମାଣ ଶୈଳୀ ମଧ୍ୟ କରିଥିଲେ । ଭୁବନେଶ୍ବର ଏବଂ କଟକ ଏକାସାଙ୍ଗେ ଓଡିଶାର ଟ୍ଵିନ ସିଟି(Twin City) ବା ଦଇତ ସ‌ହ‌ର ଭାବେ ଜଣାଶୁଣା । ଏହି ସହର ୨୦୧୧ ଅନୁସାରେ ମୋଟ ୧୦.୪୦ ଲକ୍ଷ ଲୋକଙ୍କୁ ନେଇ ଗଠିତ ।[୭] ଭୁବନେଶ୍ବରକୁ Tier-2 ସହର ଭାବେ ଶ୍ରେଣୀବିଭକ୍ତ କରାଯାଇଛି । ବିଷୟସୂଚୀ [ଲୁଚାନ୍ତୁ] ୧ ପ୍ରତିଷ୍ଠା ୨ ଇତିହାସ ୩ ଭୌଗଳିକ ଅବସ୍ଥିତି ୪ ଜନସଂଖ୍ୟା ୫ ଯାତାୟତ ୫.୧ ସଡ଼କ ପଥ ୫.୨ ରେଳ ପଥ ୫.୩ ଆକାଶ ପଥ ୬ ଶିକ୍ଷା ବ୍ୟବସ୍ଥା ୭ ଗାଲେରୀ ୮ ଆଧାର ୯ ଅଧିକ ତଥ୍ୟ ପ୍ରତିଷ୍ଠା[ସମ୍ପାଦନା] ୧୯୪୬ ମସିହାରେ, ଭୁବନେଶ୍ଵରକୁ ଏକ ମନହୋର ନଗରୀରେ ଗଢି ଲୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର "ଅଟୋ କଏନ୍ସବର୍ଗର" (Otto Konigsberger)। ୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା । ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି । ୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ତାରିଖ ଦିନ, "ଭୁବନେଶ୍ଵର ପ୍ରତିଷ୍ଠା ଦିବସ" ଭାବରେ ପାଳନ କରାଯାଏ । ସେତେବେଳେ ପ୍ରସ୍ତୁତ କରାଯାଇଥିବା ନକ୍ସା ଅନୁଯାୟୀ, ପ୍ରଥମ ଦଶ ବର୍ଷ ମଧ୍ୟରେ ଭୁବନେଶ୍ଵର ଜନସଂଖ୍ୟା ପନ୍ଦର ହଜାରରୁ ବଢି ଚାଳିଶ ହଜାର ଓ ସହରର କ୍ଷେତ୍ରଫଳ ଶହେ ବତିଶ ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା । ଭୁବନେଶ୍ଵରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ଵର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ମଧ୍ୟ ସେହି ନକ୍ସାରେ ଥିଲା । ଏହି ଯୋଜନାକୁ "ଓଡ଼ିଶା ସହର ଯୋଜନା ଆଇନ" ୧୯୫୬ ଅନୁସାରେ କାର୍ଯ୍ୟକାରି କରାଗଲା । ଭୁବନେଶ୍ଵର ପାଇଁ ଜଣେ "ବିଶେଷ ଯୋଜନା ଅଧିକାରୀ"ଙ୍କୁ ନିଯୁକ୍ତ କରାଗଲା । ଜନସଂଖ୍ୟା ବୃଦ୍ଧି ସହ ପରବର୍ତ୍ତୀ ସମୟରେ, ଭୁବନେଶ୍ଵରରେ ମୁନିସିପାଲିଟି ଗଠନ କରାଗଲା । ପରେ ଭୁବନେଶ୍ଵର ମୁନିସିପାଲିଟି ସହ ଖୋର୍ଦ୍ଦା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ "ଭୁବନେଶ୍ଵର ଆଞ୍ଚଳିକ ଉନ୍ନୟନ ସଂସ୍ଥା(ବ୍ରିଟ)" ଗଠନ କରାଗଲା । ପରବର୍ତ୍ତୀ ସମୟରେ, ଭୁବନେଶ୍ଵରରେ ମୁନିସିପାଲ କର୍ପୋରେସନ ଓ ସନ୍ନିକଟ ଗାଁଗୁଡିକୁ ନେଇ ଭୁବନେଶ୍ଵର ଉନ୍ନୟନ ସଂସ୍ଥା (ବିଡିଏ) ଗଠନ କରାଗଲା । ଇତିହାସ[ସମ୍ପାଦନା] ଭୁବନେଶ୍ଵର ସହରର ଉଭୟ ପୁରାତନ ଏବଂ ଆଧୁନିକ ଇତିହାସ ରହିଅଛି । ପୁରାତନ ଇତିହାସ ୩ ହଜାର ବର୍ଷ ତଳର ଏବଂ ଆଧୁନିକ ସହର ୧୯୪୮ରୁ ଆରମ୍ଭ ହୋଇ ଅଛି । ଖ୍ରୀଷ୍ଟପୂର୍ବ ୩୦୦ରେ କଳିଙ୍ଗ ଯୁଦ୍ଧରେ ଭୁବନେଶ୍ଵରର ନାମ ଉଲ୍ଲେଖ କରାଯାଇଥିଲା ଯାହାକି ପରେ ସ୍ଥାପିତ ହୋଇଥିବା ଧଉଳି ଶାନ୍ତିସ୍ତୁପ ନିକଟରେ ହୋଇଥିଲା । ଖାରବେଳଙ୍କ ଦ୍ଵାରା ଉଦୟଗିରି ଏବଂ ଖଣ୍ଡଗିରିରେ ହୋଇଥିବା କାରୁକାର୍ଯ୍ୟ ଦେଖିବାକୁ ମିଳେ । ଜୈନ ଏବଂ ବୁଦ୍ଧଙ୍କର ବିଭିନ୍ନ ଐତିହାସିକ ଚିହ୍ନ ଦେଖିବାକୁ ମିଳେ । କଳିଙ୍ଗ ରାଜୁତି କାଳରେ ଏହା ରାଜଧାନୀ ଥିଲା । ହଜାର ବର୍ଷର ଐତିହାସକ ନଗର କଟକର କଳ୍ପିତ କଳେବର ବୃଦ୍ଧି ସମ୍ଭବ ନ ହେବାରୁ ତତ୍ ସନ୍ନିକଟ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ନୂତନ ରାଜଧାନୀ ଭାବେ ଗ୍ରହଣ କରାଯାଇ ୧୯୪୮ ଏପ୍ରିଲ ୧୩ ତାରିଖ ଦିନ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରାଗଲା । ସେହିଦିନଠାରୁ ବୟସ ବଢ଼ିବା ସହ ନୂଆ ରାଜଧାନୀର କଳେବର ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି । ପୁରାଣ ଯୁଗରୁ ଏକାମ୍ର କ୍ଷେତ୍ର ଶିକ୍ଷା, ସଂସ୍କୃତି, ଐତିହ୍ୟ, ପ୍ରତ୍ନତାତ୍ତିକ, ଐତିହାସିକ ଅନୁଭବ ଦୃଷ୍ଟିରୁ ନିଜର ସ୍ୱତନ୍ତ୍ରତା ବଜାୟ ରଖି ଆସିଛି । ପଦ୍ମ ପୁରାଣ, ଏକାମ୍ର ପୁରାଣ, ଶିବ ପୁରାଣ, କପିଳ ସଂହିତା, ଶିବ ସଂହିତା, ପ୍ରାଚୀ ମାହାତ୍ମ୍ୟ ଆଦି ଗ୍ରନ୍ଥରେ ଏକାମ୍ର କ୍ଷେତ୍ରର ମାହାତ୍ମ୍ୟ ବିସ୍ତୃତ ଭାବେ ବର୍ଣ୍ଣିତ । ଖ୍ରୀଷ୍ଟପୂର୍ବ ୫୦୦ ବର୍ଷ ପୂର୍ବରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱର କଳିଙ୍ଗ ସାମ୍ରାଜ୍ୟର ଶାସନ, ପ୍ରଶାସନ, ଶିକ୍ଷା, ସଂସ୍କୃତି ଓ ସଭ୍ୟତାର କେନ୍ଦ୍ରବିନ୍ଦୁ ଥିଲା । କପିଳେଶ୍ୱର ଶିଳାଲିପିରୁ ଏହା ସୁସ୍ପଷ୍ଟ ଯେ ଶାକ୍ୟ ମୁନି ବୁଦ୍ଧଙ୍କ ଜନ୍ମସ୍ଥଳୀ, କର୍ମସ୍ଥଳୀ, ବୌଦ୍ଧ ସଂସ୍କୃତିର ଅଭିବୃଦ୍ଧି, ପ୍ରମୁଖ ପ୍ରଚାର, ପ୍ରସାରର ସ୍ଥଳୀ କଳିଙ୍ଗ ହିଁ ଥିଲା । କଳିଙ୍ଗର ସାଧବ ଭଲ୍ଲିକ ଓ ତପଷୁ, ସମଗ୍ର ବିଶ୍ୱରେ ପ୍ରବୁଦ୍ଧ ବୁଦ୍ଧଙ୍କର ସର୍ବପ୍ରଥମ ଶିଷ୍ୟର ସୌଭାଗ୍ୟ ପ୍ରାପ୍ତ ହୋଇଥିଲ । କଳିଙ୍ଗର ବୀରତ୍ୱ, ବୈଭବ, ପାଟଳୀପୁତ୍ର (ବର୍ତ୍ତମାନର ବିହାର ) ନରେଶ ଅଶୋକଙ୍କୁ ବିଶ୍ୱବିଦିତ କଳିଙ୍ଗ ଯୁଦ୍ଧର ବିଭୀଷିକା ରଚନା କରିବାକୁ ପ୍ରବର୍ତ୍ତାଇ ଥିଲା । ଏକାମ୍ର କ୍ଷେତ୍ର, କପିଳେଶ୍ୱର ଆଦି ମୁଖ୍ୟସ୍ଥାନ ସମୂହ ଲୁମ୍ବାଇ ପ୍ରଗଣା ରୂପେ ପ୍ରସିଦ୍ଧି ଲାଭ କରିଥିଲା । ଅଶୋକ ଏହା ଜ୍ଞାତ ହୋଇ ବୁଦ୍ଧଙ୍କ ଜନ୍ମୋତ୍ସବ ଏଠାରେ ପାଳନ ପୂର୍ବକ ଏକ ଶିଳାଲେଖ ସ୍ଥାପନ କରି ଲୁମ୍ବାଇ ପ୍ରଗଣାର ସମସ୍ତ ଅଧିବାସୀଙ୍କ ରାଜସ୍ଵ ଛାଡ଼ କରିଥିଲେ । ପରେ ପରେ ଐର ଖାରବେଳ, କେଶରୀ ନୃପତିଗଣ ତଥା ଗଙ୍ଗବଂଶୀ ନରେଶ ସମୂହ ଭୁବନେଶ୍ୱରକୁ ନିଜ ନିଜର ରାଜଧାନୀ ରୂପେ ଗ୍ରହଣ କରି ନେଇଥିଲେ । ବୌଦ୍ଧ ଯୁଗୀୟ ଶିକ୍ଷାକ୍ଷେତ୍ରରେ ମଧ୍ୟ ଭୁବନେଶ୍ୱର ସନ୍ନିକଟ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ବିଶ୍ୱ ପ୍ରସିଦ୍ଧ ଥିଲା । ଏଠାରୁ ବହୁ ଶିକ୍ଷାଗୁରୁ କଳିଙ୍ଗସାଗର ପଥରେ ସମୁାତ୍ରା ଦ୍ଵୀପସ୍ଥ ଶ୍ରୀବିଜୟ ବିଶ୍ଵବିଦ୍ୟାଳୟକୁ ଯାଇ ଚୀନ, ଜାପାନ, ବର୍ମା, ଥାଇଲାଣ୍ଡ ଆଦି ଦେଶର ଶିକ୍ଷାର୍ଥୀମାନଙ୍କୁ ଯୋଗଦର୍ଶନ ଶିକ୍ଷାଦାନ କରୁଥିଲେ । ପ୍ରାକୃତିକ ପରିବେଶ ଦୃଷ୍ଟିରୁ ଏକାମ୍ର କ୍ଷେତ୍ରର ଏକ ସ୍ୱତନ୍ତ୍ରତା ଥିଲା । ଆମ୍ବ, ପଣସ, ଜାମୁ, ନିମ୍ବ, କରଞ୍ଜ, ବର, ବେଲ, ଅଶ୍ୱତ୍ଥ, କୋଚିଲା, ବଉଳ, ତମାଳ, ଚମ୍ପା, ଅଶୋକ, ନାଗେଶ୍ୱର, ଅନନ୍ତ ନାଗେଶ୍ୱର, ଉଦୁମ୍ବର ଆଦି ଦେବ ବୃକ୍ଷରେ ଭୁବନେଶ୍ୱର ପରିପୂର୍ଣ୍ଣ ଥିଲା । ଦୁର୍ଲଭ ପଶୁ ପକ୍ଷୀ ସମ୍ପଦଭରା ଏକାମ୍ର ବନାନୀର ବର୍ଣ୍ଣନା ଗଦାଧର ରାୟଙ୍କ ଗଳ୍ପମାଳାରେ ପ୍ରଚାରିତ ହୋଇ ଉତ୍କଳୀୟ ପାଠକମାନଙ୍କୁ ଅନେକ ସୂଚନା ପ୍ରଦାନ କରିସାରିଛି । ଭୁବନେଶ୍ୱରର ଏହି ପୂର୍ବ ଐତିହ୍ୟ ସ୍ମରଣ କରି ନୂଆ ରାଜଧାନୀ ସ୍ଥାପନ ନିମନ୍ତେ ସମସ୍ତ ସାଧନର ସହଜ ଉପଲବ୍ଧକୁ ବିଚାରକୁ ନିଆଯାଇ ଓଡ଼ିଶା ବିଧାନସଭାର ସମସ୍ତ ସଭ୍ୟ ଭୁବନେଶ୍ୱରକୁ ରାଜଧାନୀ ମାନ୍ୟତା ଦେବା ପାଇଁ ୧୯୪୬ ସେପ୍ଟେମ୍ବର ୩୦ ଅଧିବେଶନରେ ଏକ ପ୍ରସ୍ତାବ ଗୃହୀତ କରାଇ ନେଲେ । ୧୯୪୮ ଏପ୍ରିଲ ୧୩ ତାରିଖ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇ ଚଣ୍ଡୀଗଡ଼ ସହର ପରି ଏକ ଭବ୍ୟ ସହର ପରିକଳ୍ପନା କରାଗଲା ଓ କେନ୍ଦ୍ର ସରକାରଙ୍କଠାରୁ ୧ କେଟି ୮୫ ଲକ୍ଷ ଟଙ୍କାର ଅନୁଦାନ କାମନା କରାଗଲା । ଶିଶୁ ବୃକ୍ଷଟି ଆଜି ବିଶାଳ ବୃକ୍ଷରେ ପରିବର୍ତ୍ତିତ ହୋଇ ଆଶାତୀତ ଭାବେ କଳେବର ବୃଦ୍ଧି କରିଚାଲଛିି । ସହରର ଶିକ୍ଷା ବିଷୟକୁ ବିଚାରକୁ ନେଲେ ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରକୁ ଲାଗି ୧୯୪୦ ମସିହାରୁ "ଭକ୍ତ କବି ମଧୁସୂଦନ ବିଦ୍ୟାପୀଠ' ନାମରେ ଏକ ଉଚ୍ଚ ବିଦ୍ୟାଳୟ ଏଠାରେ ସ୍ଥାପିତା ପରେ ପରେ ୧୯୫୦ ମସିହାରେ ରାଜଧାନୀରେ ସର୍ବପ୍ରଥମ ଉଚ୍ଚ ବିଦ୍ୟାଳୟ ୟୁନିଟ-୨ ସର୍ଦ୍ଦାର ପଟେଲ ହଲ ସନ୍ନିକଟରେ ସ୍ଥାପିତ ହୋଇଥିଲା । ଆବଶ୍ୟକତାକୁ ଉପଲବ୍ଧ କରି ବକ୍ସିଜଗବନ୍ଧୁ ମହାବିଦ୍ୟାଳୟ, ଉତ୍କଳ ବିଶ୍ଵବିଦ୍ୟାଳୟ, ଓଡ଼ଶିା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଗୋଟିକ ପରେ ଗୋଟିଏ ଗଢ଼ି ଉଠିଲା । ନୂଆ ରାଜଧାନୀରେ ଶୈଶବରେ ବିଧାନସଭା, ସର୍ଦ୍ଦାର ପଟେଲ ହଲରେ ଓ ପ୍ରଶାସନିକ ବ୍ୟବସ୍ଥା ବର୍ତ୍ତମାନର ମାର୍କେଟ ବିଲ୍ଡିଂ ଗୃହରେ ପରିଚାଳିତ ହେଉଥିଲା । ଆଦ୍ୟ ଅବସ୍ଥାରେ ଲିଙ୍ଗରାଜ ଥାନା, ଲିଙ୍ଗରାଜ ହାଟ ସହଯୋଗର କେନ୍ଦ୍ରବିନ୍ଦୁ ଥିଲା । ଧୀରେ ଧୀରେ ନୂଆ ସଚିବାଳୟ ଭବନ, ଓଡ଼ିଶା ବିଧାନ ସୌଧ , ଡାକସେବା ଭବନ, ରାଜ୍ୟ ସଂଗ୍ରହାଳୟ ଭବନ, ରାଜଭବନ ଆଦି ଭବ୍ୟ ରୂପରେ ଆବର୍ଭିାବ ହେଲା ।[୮] ଭୁବନେଶ୍ବର ଯଥାକ୍ରମେ ଏନଏସି ୧୯୪୮ରୁ, ମୁନିସିପଲିଟି ୧୯୭୯ରୁ, ଭୁବନେଶ୍ଵର ମହାନଗର ନିଗମ (ବିଏମସି) ଅଧିନରେ ୧୯୯୪ରୁ ପରିଚାଳିତ ହେଉଛି ।[୯] ଭୌଗଳିକ ଅବସ୍ଥିତି[ସମ୍ପାଦନା] ଭୁବନେଶ୍ବର ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ । ସହର ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ଯାଇଥାଏ । ଏହା ସମୁଦ୍ର ପତ୍ତନଠାରୁ ୪୫ ମିଟର(୧୪୮ ଫୁଟ) ଉଚ୍ଚତାରେ ଅବସ୍ଥିତ । [୧୦] ଏହି ସହର ଦୟାନଦୀ ଏବଂ କୁଆଖାଇ ନଦୀ ମଧ୍ୟରେ ଅବସ୍ଥିତ । ଜନସଂଖ୍ୟା[ସମ୍ପାଦନା] ୨୦୧୧ ଜନଗଣନା ଅନୁସାରେ ଭୁବନେଶ୍ୱର ସହରର ଲୋକସଙ୍ଖ୍ୟା ୮,୩୭,୭୩୭ ଓ ଭୁବନେଶ୍ୱର ନଗରାଞ୍ଚଳର ଲୋକସଙ୍ଖ୍ୟା ୮,୮୧,୯୮୮ । [୧୧] ଯାତାୟତ[ସମ୍ପାଦନା] ସଡ଼କ ପଥ[ସମ୍ପାଦନା] ଜୟଦେବ ବିହାର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଶାସନିକ କେନ୍ଦ୍ର ଭୁବନେଶ୍ୱରରେ ଅବସ୍ଥିତ । ଭୁବନେଶ୍ୱର ବସଷ୍ଟାଣ୍ଡଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳି ଠାରୁ ୮ କି.ମି ଦୁର ବରମୁଣ୍ଡା ଠାରେ ଅବସ୍ଥିତ । ଭୁବନେଶ୍ୱର ଦେଶର ଅନ୍ୟ ସହର ସହିତ ଜାତୀୟ ରାଜପଥ ୫ ଓ ଜାତୀୟ ରାଜପଥ ୨୦୩ ଦ୍ଵାରା ଯୋଡ଼ି ହୋଇଛି । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଯାତାୟତ କରିବା ନିମନ୍ତେ ସିଟି ବସ ଏବଂ ଅଟୋରିକ୍ସାର ସୁବିଧା ରହିଛି । ସିଟି ବସ ସେବା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ କରିବା ସହ ଭୁବନେଶ୍ୱରକୁ କଟକ ଏବଂ ପୁରୀ ସହିତ ଯୋଡୁଛି । ଟ୍ରାଫିକ ନିୟନ୍ତ୍ରଣ ରକ୍ଷା କରିବା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ନିୟନ୍ତ୍ରଣ କେନ୍ଦ୍ର ରହିଛି । ରେଳ ପଥ[ସମ୍ପାଦନା] ବି.ଡି.ଏ. କାର୍ଯ୍ୟାଳୟ ପୂର୍ବତଟ ରେଳର ପ୍ରଶାସନିକ କେନ୍ଦ୍ର ଭୁବନେଶ୍ୱରଠାରେ ଅବସ୍ଥିତ । ଭୁବନେଶ୍ୱର ରେଳଷ୍ଟେସନ ଭାରତ ର ଉନ୍ନତ ରେଳଷ୍ଟେସନ ମଧ୍ୟରୁ ଅନ୍ୟତମ । ଭୁବନେଶ୍ୱରର ମୁଖ୍ୟ ରେଳଷ୍ଟେସନଟି ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଅବସ୍ଥିତ, ଏହା ଭୁବନେଶ୍ୱରକୁ ଭାରତ ର ଅନ୍ୟ ସହର ସହିତ ଯୋଗା ଯୋଗ କରାଏ । ଭୁବନେଶ୍ୱର ସହର ମଧ୍ୟରେ ୫ ଗୋଟି ରେଳଷ୍ଟେସନ ଅବସ୍ଥିତ । ନିମ୍ନ ପ୍ରଦତ୍ତ ରେଳଷ୍ଟେସନ ଗୁଡିକ ମଧ୍ୟରୁ ବାଣୀବିହାର ରେଳଷ୍ଟେସନ( ମାଷ୍ଟର କ୍ୟାନ୍ଟିନ ରେଳଷ୍ଟେସନ ) ଟି ପ୍ରଧାନ. ଯାହା ବାଣୀବିହାର ଛକ ଥାରୁ ପ୍ରାୟ ୩ କିମି ଦୁର ରେ ଅବସ୍ଥିତ. ସେଗୁଡିକ ହେଉଛି : ପଟିଆ ରେଳଷ୍ଟେସନ ମଞ୍ଚେଶ୍ଵର ରେଳଷ୍ଟେସନ ବାଣୀବିହାର ରେଳଷ୍ଟେସନ ଭୁବନେଶ୍ୱର ରେଳଷ୍ଟେସନ ଲିଙ୍ଗରାଜ ମନ୍ଦିର ରୋଡ଼ ରେଳଷ୍ଟେସନ ଆକାଶ ପଥ[ସମ୍ପାଦନା] ବିଜୁ ପଟ୍ଟନାୟକ ବିମାନ ବନ୍ଦର ବିଜୁ ପଟ୍ଟନାୟକ ବିମାନ ବନ୍ଦରଟି ଓଡ଼ିଶାର ଏକ ମାତ୍ର ଜାତୀୟ ବିମାନ ବନ୍ଦର ଅଟେ । ଏହି ବିମାନ ବନ୍ଦରଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳ ଠାରୁ ମାତ୍ର ୩ କି.ମି ଦୁରରେ ଅବସ୍ଥିତ । ବହୁ ଶୀଘ୍ର ଏହି ବିମାନ ବନ୍ଦରଟି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପରିଣତ ହେବାକୁ ଯାଉଛି ।[୧୨][୧୩] [୧୪] ଶିକ୍ଷା ବ୍ୟବସ୍ଥା[ସମ୍ପାଦନା] ଭୁବନେଶ୍ଵର, ସମଗ୍ର ପୂର୍ବ ଭାରତରେ ଏକ ବଡ଼ ଶିକ୍ଷା କେନ୍ଦ୍ର ଭାବରେ ଉଭା ହୋଇଛି । ପାରମ୍ପାରିକ ଶିକ୍ଷା ସହ ବହୁ ବୈଷୟିକ ଅନୁଷ୍ଠାନ ଉଭୟ ସରକାରୀ ଓ ଘରୋଇ ସ୍ଥରରେ ଗଢିଉଠିଛି । ସେ ଗୁଡିକ ମଧ୍ୟରେ ଆଇ.ଆଇ.ଟି, ଆଇ.ଆଇ.ଆଇ.ଟି, ଆଇ.ଆଇ.ଏମ, ନାଇଜର, ଏମ୍ସ,ଏନ.ଆଇ.ଏଫ.ଟି ଆଦି ଅନ୍ୟତମ । [୧୫] ଗାଲେରୀ[ସମ୍ପାଦନା] ରବିନ୍ଦ୍ର ମଣ୍ଡପ ବାୟା ବାବା ମଠ ଲିଙ୍ଗରାଜ ମନ୍ଦିର, ଭୁବନେଶ୍ଵର ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା" ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ । ୧୫ଶ ଶତାବ୍ଦୀରେ ସେ ଥିଲେ ପ୍ରଥମ ଓଡ଼ିଆ ଯେ ଓଡ଼ିଆରେ ସାହିତ୍ୟ ରଚନା କରିଥିଲେ । ତାଙ୍କର ଜନ୍ମ ସଠିକ ଭାବରେ ନିରୂପଣ କରାଯାଇପାରି ନାହିଁ । ସାରଳା ଦାସ ପ୍ରଥମେ ମୂର୍ଖ ଥିଲେ; ପରେ ସାରଳା ଠାକୁରାଣୀଙ୍କଠରେ ଅଧ୍ୟା ପଡ଼ି ଠାକୁରାଣୀଙ୍କ ଠାରୁ ବର ପାଇ, ସାରଳା ଠାକୁରାଣୀଙ୍କ ମନ୍ଦିରରେ ପ୍ରତି ଦିନ ପଢ଼ା ଯାଉଥିବା ସଂସ୍କୃତ ମହାଭାରତ ପୁରାଣ ଶୁଣି ଓଡ଼ିଆରେ ମହାଭାରତ ରଚନା କରିଥିଲେ କିନ୍ତୁ ମୂଳ ସଂସ୍କୃତ ମହାଭାରତ ସଙ୍ଗେ ଉକ୍ତ ମହାଭାରତ ଅବିକଳ ମେଳ ନାହିଁ । ଏ ମହାଭାରତରେ କବି ଅନେକ ମୌଳିକ କଥା ଛାଡ଼ି ଯାଇଅଛନ୍ତି ଓ କେତେକ କାଳ୍ପନିକ ଆଖ୍ୟାନ ମଧ୍ୟ ଯୋଗ କରିଅଛନ୍ତି । ସାରଳା ଦାସ ମୂଳ ମହାଭାରତର ଭାବ ସମାନ ରଖିଥିଲେ ହେଁ ନିଜ ଜାଣତରୁ ଏଥିରେ ଅନେକ ପୌରାଣିକ ଘଟଣା ଓ କାହାଣୀମାନ ମିଶାଇ ଏହାକୁ ଅତି ସମୃଦ୍ଧ ଓ ମୌଳିକ କରି ଲେଖିଥିଲେ ।[୧] ଓଡ଼ିଆ ପଦ୍ୟ ରଚନାରେ ଏହାଙ୍କର ଲେଖା ପ୍ରାଚୀନ ବୋଧ ହେଉଥିବାରୁ ଏହାଙ୍କୁ ଆଦିକବି ବୋଲି ଲୋକେ କହନ୍ତି । ଏ ପଞ୍ଚଦଶ ଶତାବ୍ଦୀର ଲୋକ ଏ ପୁରୀ ଜଗନ୍ନାଥଙ୍କ ଦେଉଳ ବେଢା ମଧ୍ୟସ୍ଥ କଳ୍ପବଟ ମୂଳେ ବସି ତାଙ୍କ ମହାଭାରତ ରଚନା କରିଥିଲେ । ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସନ୍ତୁଷ୍ଟ ହୋଇ ତାଙ୍କୁ 'ଶୂଦ୍ରମୁନି' ଉପାଧି ଦେଇଥିଲେ ।[୨] ସେ ସମଯରେ ଓଡ଼ିଶାରେ କପିଳେନ୍ଦ୍ର ଦେବ ରାଜା ଥିଲେ ରାଜା ତାଙ୍କ କବିତ୍ବରେ ସନ୍ତୁଷ୍ଟ ହୋଇ ତାଙ୍କୁ 'ପରିଡ଼ା' ଉପାଧି ଦେଇଥିଲେ ତାଙ୍କୁ ବଂଶଧର ମାନେ ସେହି 'ପରିଡ଼ା' ଉପାଧିକୁ 'ପରିଜା' ବୋଲି ଏବେ ବ୍ୟବହାର କରୁଅଛନ୍ତି । ତାଙ୍କ ନାମ ଅନୁସାରେ ଝଙ୍କଡ଼ର ଉତ୍ତର-ପଶ୍ଚିମରେ 'ସାରଳା' ନାମରେ ଗୋଟିଏ଼ ଗ୍ରାମ ବସିଥିଲା, ସେ ଗ୍ରାମକୁ ବର୍ତ୍ତମାନ 'ବଡ଼ ସାରୋଳ' ବୋଲାଯାଏ । କବି ନିରକ୍ଷର ଥାଇ ପ୍ରଥମ ଜୀବରନରେ ଚାଷବାସ ଓ ମୂଲିଆ କାମ କରୁଥିଲେ ମହାଭାରତ ଲେଖି ସାରି ସେ ବୁଢ଼ାନଦୀ କୂଳରେ ଗୋଟିଏ ମଠ ସ୍ଥାପନ କରି ସେହିଠାରେ ଶେଷ ଜୀବନ କଟାଇଲେ । ତାଙ୍କୁ ଲୋକେ 'ମୁନିଗୋସାଇଁ' ବୋଲି ଡାକୁଥିଲେ ଓ ଏବେ ମଧ୍ୟ ସେହି ଆଶ୍ରମକୁ ସ୍ଥାନୀୟ ଲୋକେ ମୁନି ଗୋସାଈଁ ମଠ କହନ୍ତି ମାଘ ଶୁକ୍ଳ ସପ୍ତମୀ ଦିନ ସେ ପରଲୋକ ଗମନ କରିଥିଲେ । ବିଷୟସୂଚୀ [ଲୁଚାନ୍ତୁ] ୧ ସାହିତ୍ୟ ସର୍ଜନା ୧.୧ ମହାଭାରତ ୨ ଆହୁରି ଦେଖନ୍ତୁ ୩ ଆଧାର ସାହିତ୍ୟ ସର୍ଜନା[ସମ୍ପାଦନା] ବିଲଙ୍କା ରାମାୟଣ ମହାଭାରତ ଚଣ୍ଡୀପୁରାଣ [୩] ଆଦିକବି ଶାରଳା ଦାସ ନିଜ ଗ୍ରନ୍ଥ ମାନଙ୍କରେ ନିଜକୁ ମୁର୍ଖ, ଅଜ୍ଞାନ ତଥା କେବଳ ମା ଶାରଳାଙ୍କ ଆଶୀର୍ବାଦ ଯୋଗୁ କାବ୍ୟ ଲେଖିଛ୍ହନ୍ତି ବୋଲି ଵର୍ଣନା କରିଛନ୍ତି; ତେଣୁ କିଛି ସମାଲୋଚକ ତାଙ୍କୁ ମହାମୁର୍ଖ ବୋଲି ବର୍ଣନା କରିଛନ୍ତି. ତେବେ ଯେକୌଣସି ପାଠକ ଯଦି ତାଙ୍କ ସାହିତ୍ୟ ପଢିବ, ତାହାହେଲେ ସେ ନିଶ୍ଚୟ ଅନୁଭବ କରିବ ଯେ ଶାରଳା ଦାସ ମୋଟେ ଗଜମୁର୍ଖ ନ ଥିଲେ. ବରଂ ସେ ଥିଲେ ବିଭିନ୍ନ ଶାସ୍ତ୍ରର ପଣ୍ଡିତ, ତେଣୁ ସେ ତତ୍କାଳୀନ ସମାଜର ବୁଦ୍ଧିଜୀବିମାନଙ୍କୁ ମୂର୍ଖ ବନାଇ ଦେଉଥିଲେ. ଶାରଳା ଦାସ ଅଵଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ, କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରଵେଶ ଥିଲା. ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିବାରୁ ତାଙ୍କର ଅସୀମ ଜ୍ଞାନ ଥିଲା. ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ମଧ୍ୟ ବହୁତ ଥିଲା. ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବା ଦ୍ଵାରା ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ. ଏତେ ସବୁ ସତ୍ତ୍ଵେ ସେ ସେତେବେଳର ସମାଜକୁ ଭୟ କରୁଥିଲେ, ତେଣୁ ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡିଆରେ କେଖୁଥିଲେ. ତତ୍କାଳୀନ ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତା କାଳେ ତାଙ୍କ ସାହିତ୍ୟକୁ ଅନାଦର କରିବେ, ଏଇ ଭୟରେ ସେ ଚତୁରତାର ସହ ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି. ଯାହା ମା ଶାରଳା କୁହନ୍ତି, ତାକୁ ସେ ଲେଖନ୍ତି. ମା ଶାରଳାଙ୍କ ନାମକୁ ନେଇ କବି ତାଙ୍କ ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ. ଓଡିଆ ଭାଷା ସାହିତ୍ୟର ସେ ଜଣେ ଵିରଳ ପ୍ରତିଭା. ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡିକ ମଧ୍ୟରେ "ଵିଲଙ୍କା ରାମାୟଣ", "ମହାଭାରତ", "ଚଣ୍ଡି ପୁରାଣ" ଏବଂ "ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ. ଆହୁରି ଅନେକ ଗ୍ରନ୍ଥ ଶାରଳାଙ୍କ ଦ୍ଵାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କ ଦ୍ଵାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ. ବିଲଙ୍କା ରାମାଯ଼ଣ ରାଵଣକୁ ଵଧକରି ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ଫେରି ଆସିଥାନ୍ତି. ରାମଙ୍କର ରାଜ୍ୟାଭିଷେକର ଆୟୋଜନରେ ସାରା ଅଯୋଧ୍ୟା ଉତ୍ସଵ ମୁଖର ହୋଇ ଉଠିଥାଏ. କିନ୍ତୁ ବିଧିର ବିଚିତ୍ର ବିଧାନ! ଅଭିଷେକ ହୋଇଗଲେ ରାମଚନ୍ଦ୍ର ରାଜକାର୍ଯ୍ୟରେ ଵ୍ୟସ୍ତଯିବେ, ତେଣୁ ବିଲଙ୍କାସୁରକୁ ଵଧ କରି ଦେବତାମାନଙ୍କୁ କିପରି ଉଦ୍ଧାର କରିବେ ବୋଲି ବ୍ରହ୍ମାଙ୍କୁ ଯମ ପଚାରିଛନ୍ତି. ନିଜ ଶକ୍ତିର ପ୍ରମାଣ ଦେବାକୁ ରାମ ଏକାକୀ ଵିଲଙ୍କାସୁରକୁ ଵଧ କରିବାକୁ ଯାଇଛନ୍ତି, ହେଲେ ସେଥିରେ ସଫଳ ହୋଇ ପାରି ନାହାନ୍ତି. ପରେ ହନୁମାନ ରାମଙ୍କ ସାହାଯ୍ୟ ସତ୍ଵେ ମଧ୍ୟ ବଧ କରି ପାରି ନାହାନ୍ତି. ସେପଟେ କିପରି ରାମଙ୍କର ମୃତ୍ୟୁ ହେବ ବୋଲି ଵିଲଙ୍କାସୁର ଗ୍ରାମଦେଵତୀଙ୍କୁ ପୂଜା ଓ ଯଜ୍ଞ କରିଛି. ମାତ୍ର ହନୁମାନ ଓ ରାମଚନ୍ଦ୍ର ତାଙ୍କ ଯଜ୍ଞ ସମ୍ପୁର୍ଣ କରାଇ ଦେଇ ନାହାନ୍ତି. ଵିଲଙ୍କାସୁରକୁ ଵଧ କରିବାକୁ ସୀତାଙ୍କର ଆବଶ୍ୟକତା ଅଛି ବୋଲି ଦେଵତାମାନେ କହିବାରୁ ହନୁମାନ ଯାଇ ସୀତା ଓ ଲକ୍ଷ୍ମଣଙ୍କୁ ଵିଲଙ୍କା ଆଣିଛନ୍ତି. ରାମ, ଲକ୍ଷ୍ମଣ, ହନୁମାନ ମିଳିତଭାବରେ ଯୁଦ୍ଧ କରି ଵିଲଙ୍କାସୁରକୁ ମାରି ପାରି ନାହାନ୍ତି. ଶେଷରେ ଦେଵଗଣ ସୀତାଙ୍କୁ ପ୍ରାର୍ଥନା କରି ରାକ୍ଷସକୁ ଵଧ କରିବାକୁ ନିଵେଦନ କରିବାରୁ ସୀତା ଚିତ୍ରସେନ ରଥରେ ବସି ଯୁଦ୍ଧଭୁମିକୁ ଆସିଛନ୍ତି. ଯୁଦ୍ଧକରି ଶେଷରେ ଵିଵସ୍ତ୍ର ହେବାରୁ ଵିଲଙ୍କାସୁର ସୀତାଙ୍କୁ ହରଣ କରି ନେବାକୁ ସ୍ଥିର କରିଥିବା ବେଳେ ରାମ, ଲକ୍ଷ୍ମଣଙ୍କ ମିଳିତ ଅସ୍ତ୍ରରେ ରାକ୍ଷସର ମୃତ୍ୟୁହୋଇଛି. ପରେ ରାମଙ୍କ ରାଜ୍ୟ ଅଭିଷେକ ଉତ୍ସଵ ମହାସମାରୋହରେ ପାଳିତ ହୋଇଛି. ମହାଭାରତ ଵ୍ୟାସଦେବଙ୍କ ଲିଖିତ ସଂସ୍କୃତ ମହାଭାରତର କଥାବସ୍ତୁକୁ ନେଇ ଆଦିକଵି ସାରଳା ଦାସ ଓଡିଆରେ ମହାଭାରତ ଲେଖିଛନ୍ତି. ସଂସ୍କୃତରୁ ସିଧା ସିଧା ଅନୁବାଦ ନ କରି କଵି ତାଙ୍କର ଦୃଷ୍ଟିଭଙ୍ଗୀ ଓ ମୌଳିକ ଵିଚାରବୋଧର ପ୍ରକାଶ କରିଛନ୍ତି. ଓଡିଆ ଘରର ଚାଲିଚଳଣୀ, ରୀତିନୀତି, ଖାଦ୍ୟପେୟ,ଵେଶଭୁଷା, ପୁଣ୍ୟପର୍ବ, ଯାନିଯାତ୍ରା, କଥାବାର୍ତ୍ତା ସବୁକିଛି ତାଙ୍କ ମହାଭାରତରେ ଫୁଟି ଉଠିଛି. କେତେକ ସ୍ଥାନରେ ସେ ମୂଳ ସଂସ୍କୃତ ମହାଭାରତର ଘଟଣାକୁ ସଂକ୍ଷିପ୍ତ କରିଛନ୍ତି ତ କେଉଠି ଛୋଟ ଘଟଣାକୁ ବଡ କରି ବର୍ଣନା କରିଛନ୍ତି. ସେହିପରି ମୂଳ ମହାଭାରତର କେତେକ ଘଟଣାକୁ ସେ ସମ୍ପୁର୍ଣ ଛାଡ଼ି ଦେବାବେଳେ କିଛି ଘଟଣା ସେ ନିଜ ମନରୁ ଵର୍ଣନା କରିଛନ୍ତି. କବି ଶାହାଡ଼ାଗଛର ମାହାତ୍ମ୍ୟ, ଶାନ୍ତନୁଙ୍କ ସହ ଗଙ୍ଗାଙ୍କ ଵିଵାହ, ସିନ୍ଧିଚୋର କଥା, ସତ୍ୟ ଆମ୍ବ କଥା, ବାବନାଭୁତ କଥା, ଗାନ୍ଧାରିଙ୍କ ସନ୍ତାନଲାଭ କଥା, ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କ ନାମକରଣ, ଅଳସୁଆ କାହାଣୀ, ସିଂହ-ଶୃଗାଳ କଥା, ସିଂହ-ମଶା କଥା, ତୁଳସୀଵଣ ବାଘ ଓ ତୁଳାମୁହାଁଙ୍କ ଗଳ୍ପ, କଳି ଅଵତରଣ ପ୍ରସଙ୍ଗ ଓ ସୁହାଣୀ କନ୍ୟା ସହ ଯୁଧିଷ୍ଠିରଙ୍କ ଵିଵାହ କଥା - ଏମିତି କେତେସବୁ ଗପ ନିଜ ମନରୁ ସୃଷ୍ଟି କରିଛନ୍ତି. ଶାହଡ଼ାଗଛର ମାହାତ୍ମ୍ୟ ଥରେ ଭଗବାନ ମହାଦେବ ବୃଷଭ ପିଠିରେ ବସି ବୁଲି ଯାଉଥିଲେ. ବାଟରେ ଯାଉ ଯାଉ ଗୋଟିଏ ଶାହଡା ଗଛ ଦେଖି ବୃଷଭ ଖୁସିହେଲା, ଗଛ ନିକଟକୁ ଯାଇ ପତ୍ରଟିଏ ଆଣି ନିଜ ମୁଣ୍ଡରେ ରଖିଲା. ମହାଦେବ ଏହାର ରହସ୍ୟ କଣ ପଚାରିବାରୁ ବୃଷଭ ଉତ୍ତରଦେଲା "ଶାହାଡ଼ା ଗଛର ପତ୍ରକୁ ମୁଣ୍ଡରେ ରଖିଲେ ସେଦିନ ଅମୃତ ସଦୃଶ ଖାଦ୍ୟ ପଦାର୍ଥ ମିଳେ". ଏକଥା ଶୁଣି ଶିଵ ଆଶ୍ଚର୍ଯ୍ୟ ହେଲେ ଓ ଘଟଣାର ସତ୍ୟତା ପରୀକ୍ଷା କରିବାକୁ ସ୍ଥିର କଲେ. ବୃଷଭକୁ ନେଇ ବିଭିନ୍ନ ସ୍ଥାନ ବୁଲିବା ପରେ କ୍ଳାନ୍ତ ହୋଇ ସୁର୍ଯ଼୍ୟାସ୍ତ ସମୟକୁ ଶିଵ କୈଳାସ ଫେରି ଆସିଲେ. ଏଣେ ପତିଙ୍କ ଆସିବାରେ ଵିଳମ୍ବ ଦେଖି ପାର୍ବତୀ ଅମୃତତୁଲ୍ୟ ଭୋଜନ ବାଢ଼ି କେଵଳ ପଞ୍ଚଗ୍ରାସୀ କରୁଥାନ୍ତି, ଠିକ୍ ସେତିକି ବେଳେ ଶିଵଙ୍କର ଡମ୍ବରୁ ଶବ୍ଦ ଶୁଣାଗଲା. ଦେବୀ ଖାଦ୍ୟ ଥାଳି ତରତରରେ ନେଇ ବୃଷଭ କୁଣ୍ଡରେ ପକାଇ ଦେଇ ସ୍ଵାମୀଙ୍କୁ ଵନ୍ଦାପନା କରି ପ୍ରାସାଦକୁ ନେଇ ଆସିଲେ. ବୃଷଭକୁ କିଛି ଖାଦ୍ୟ ନ ଦେବାକୁ କଡା ଆଦେଶ ଦେଇ ଶିଵ ଶୋଇଗଲେ. ସେପଟେ ବିଚରା ବୃଷଭ ସାରାଦିନ ବୁଲି ବୁଲି ଘରକୁ ଫେରିଲା ପରେ ପ୍ରଭୁଙ୍କ ନିଷ୍ଠୁର ଆଦେଶ ଶୁଣି ମନଦୁଃଖ କଲେ. ବାସିନଡା ଖାଇବାକୁ ପଡିବ ବୋଲି ଭାବି କୁଣ୍ଡରେ ଦେଖିଲା ବେଳକୁ ସେଥିରେ ଭଳିକି ଭଳି ଖାଦ୍ୟପଦାର୍ଥ ଭରି ରହିଥାଏ. ବୃଷଭ ଶାହଡ଼ା ଗଛ ଦେଖିବା ଓ ତା ପତ୍ରମୁଣ୍ଡରେ ରଖିବା ହେତୁ ଅପୁର୍ବ ଖାଦ୍ୟ ମିଳିଛି ଜାଣି ଖୁସି ମନରେ ସବୁ ଖାଇ ଆନନ୍ଦରେ ଶୋଇ ପଡିଲେ. ତା ପରଦିନ ସକାଳୁ ଶିଵ ବୃଷଭଠାରୁ ସବୁ କଥା ଶୁଣି ଶାହାଡ଼ାଗଛର ମାହାତ୍ମ୍ୟ ଜାଣିପାରିଲେ.